କରାଚୀ:ପାକିସ୍ତାନରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାଁଙ୍କୁ କେତେକ ଦୁବୃତ ଗୁଳିକରି ହତ୍ୟା କରିଛନ୍ତି । ପାକିସ୍ତାନ ତାର ଅପରାଗତ ଲୁଚାଇବା ପାଇଁ ଏହାର ଦୋଷ ଭାରତ ଉପରେ ଲଦିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ଦାୟୀ କରିବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଛି ।
ଶିୟା ଓ ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜାଇବା ପାଇଁ ଭାରତ ମୁଣ୍ଡ ଖର୍ଚ୍ଚ କରୁଛି ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି । ପୋଲିସ ସୂଚନା ଅନୁସାରେ ମୌଲାନାଙ୍କୁ ନେଇ ଯାଉଥିବା କାର୍ ଏକ ଶପିଂ ସେଂଟର ନିକଟରେ ଅଟକିବା ସମୟରେ ବାଇକରେ କିଛି ଦୁବୃତ ଆସି ତାଙ୍କୁ ଗୁଳି କରି ଖସି ପଳାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ଆଦିଲ ଖାଁଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.