Latest Odisha News

BREAKING NEWS

ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…

ନୂଆଦିଲ୍ଲୀ: ଆରବ ସାଗରର ଅନ୍ତର୍ଜାତୀୟ ଜଳସୀମାରେ ଏକ ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜ ଧକ୍କା ହୋଇଛି। ଏହା ପୂର୍ବରୁ ୨୦୧୧ରେ ଭାରତ ଏବଂ ପାକିସ୍ତାନୀ ଜାହାଜ ମଧ୍ୟରେ ଏକ ଧକ୍କା ହୋଇଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଯୁଦ୍ଧଜାହାଜ ଏକ ନିୟମିତ ନିରୀକ୍ଷଣ ମିଶନରେ ଥିଲା। ଅନ୍ୟ ପାର୍ଶ୍ୱରୁ ଏକ ପାକିସ୍ତାନୀ ଜାହାଜ ଦ୍ରୁତ ଗତିରେ ଆସି ଅପ୍ରତ୍ୟାଶିତ ଭାବେ ଗତିପଥ ପରିବର୍ତ୍ତନ କରିଥିଲା, ଯାହା ଫଳରେ ଏହି ଧକ୍କା ହୋଇଥିଲା। ଘଟଣାରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ସୂତ୍ର ଅନୁଯାୟୀ, ଏହି ଧକ୍କାରେ ଜଡିତ ପାକିସ୍ତାନୀ ଜାହାଜ ହେଉଛି PNS ହୁନୈନ। ଏହି ୟାରମୁକ୍-କ୍ଲାସ ଜାହାଜ ସାମୁଦ୍ରିକ ନିରୀକ୍ଷଣ ଏବଂ ପାଟ୍ରୋଲିଂ ପାଇଁ ବ୍ୟବହୃତ ହୁଏ। ତେବେ ଧକ୍କା ହୋଇଥିବା ଭାରତୀୟ ନୌସେନା ଜାହାଜ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ।

ଘଟଣା ପରେ ଭାରତ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଚାର୍ଜ ଡି’ଆଫେୟର୍ସଙ୍କୁ ସମନ କରି କଡ଼ା ପ୍ରତିବାଦ ଜଣାଇଛି। ଭାରତ ଏହି ଘଟଣାକୁ ଅଗ୍ରହଣୀୟ ଓ ଅଣପେଶାଦର ବୋଲି ବର୍ଣ୍ଣନା କରିଛି। ଏଥିସହିତ ଦୁଇ ଦେଶ ମଧ୍ୟରେ ହୋଇଥିବା ଜଳ ରାଜିନାମାର ଉଲ୍ଲଙ୍ଘନ ଦର୍ଶାଇବା ସହ ପାକିସ୍ତାନର ସମ୍ପୃକ୍ତ ସଂସ୍ଥାକୁ ଅବଗତ ପାଇଁ ଚାର୍ଜ ଡି ଆଫାୟର୍ସଙ୍କୁ ତାଗିଦ ମଧ୍ୟ କରିଛି।

ପାକିସ୍ତାନୀ ଜାହାଜର ଗତିପଥ ପରିବର୍ତ୍ତନକୁ ଅଗ୍ରହଣୀୟ ଏବଂ ଅଣପେଶାଦର ବୋଲି ବର୍ଣ୍ଣନା କରାଯାଇଛି। ଦୁଇଟି ଜାହାଜ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଇଥିଲା। ଯାହା ପରେ ଜାହାଜ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କାରେ କୌଣସି ବଡ଼ କ୍ଷତି ହୋଇଥିବାର ସୂଚନା ମିଳିନାହିଁ।

Leave A Reply

Your email address will not be published.