Latest Odisha News

BREAKING NEWS

କଲେଜ କ୍ୟାମ୍ପସ୍‌ରେ ପ୍ରେମ ନିବେଦନ କରିବା ପ୍ରେମୀ ଯୁଗଳଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଏକ ବିଶ୍ୱବିଦ୍ୟାଳୟ ପରିସରରେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ନିବଦେନ କରିବା ଜଣେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲାହୋର ବିଶ୍ୱବିଦ୍ୟାଳୟ ପ୍ରେମୀ ଯୁଗଳଙ୍କୁ ବହିଷ୍କାର କରିଛି।

BjdElectrycity

ଶୁକ୍ରବାର ଦିନ ଲାହୋର ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅନୁଶାସନ କମିଟି ଉଭୟଙ୍କୁ ଡକାଇଥିଲା କିନ୍ତୁ ସେମାନେ ପହଞ୍ଚି ନଥିଲେ। ଏହି କମିଟି ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ହଟାଇବାକୁ ଏବଂ କୌଣସି କ୍ୟାମ୍ପସରେ ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି।

ଲାହୋର ବିଶ୍ୱବିଦ୍ୟାଳୟ ଅନୁଯାୟୀ ଉଭୟ ଦୁଷ୍କର୍ମ କରିଛନ୍ତି ଏବଂ ନିୟମ ଉଲ୍ଲଂଘନ କରିଛନ୍ତି। ପ୍ରେମ ଅଭିବ୍ୟକ୍ତିର ଏହି ଭିଡିଓ ଟ୍ୱିଟରରେ ବ୍ୟାପିବା ପରେ ଗତ ଗୁରୁବାର ଏହାକୁ ଇଣ୍ଟରନେଟ୍ ମିଡିଆର ‘ଟପ୍ ସର୍ଚ୍ଚ’ରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଭାଇରାଲ ଭିଡିଓରେ ଝିଅଟି ଆଣ୍ଠେଇ ହାତରେ ଗୋଲାପ ଫୁଲ ଧରି ପୁଅକୁ ‌ପ୍ରେମ ନିବେଦନ କରିଥିବା ଦେଖିବାକୁ ମିଳିଛି। ପୁଷ୍ପଗୁଚ୍ଛ ନେବା ପରେ ପୁଅ ଝିଅକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି। ନିକଟରେ ଉପସ୍ଥିତ ଛାତ୍ରମାନେ ଉଭୟଙ୍କୁ ଉତ୍ସାହିତ କରୁଥିବା ନଜର ଆସିଛି। ଏହି ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ ଏହି କଠୋର ପଦକ୍ଷେପ ନେଇଛି।

Leave A Reply

Your email address will not be published.