Latest Odisha News

BREAKING NEWS

ସଂସଦରେ ମୂଷାଙ୍କ ଉପଦ୍ରବ ରୋକିବା ପାଇଁ ପାସ ହେଲା ୧୨ ଲକ୍ଷ ଟଙ୍କାର ବଜେଟ

ଲାହୋର: ପାକିସ୍ତାନ ସଂସଦରେ ମୂଷା ତାଣ୍ଡବ ରଚୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ସେମାନେ ନଷ୍ଟ କରି ସାରିଛନ୍ତି । ଶେଷରେ ଅତିଷ୍ଠ ହୋଇ ମୂଷାଙ୍କ ଦମନ ପାଇଁ କ୍ୟାପିଟାଲ ଡେଭଲେପମେଂଟ ଅଥରିଟି ୧୨ ଲକ୍ଷ ଟଙ୍କାର ବଜେଟ ପାସ କରିଛନ୍ତି । ମୂଷାଙ୍କୁ ରୋକିବା ପାଇଁ ଅଭିଜ୍ଞ ଧରାଳୀଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ମୂଷା ଧରିବା ଯନ୍ତ୍ର ଏବଂ ବିଲେଇକୁ ମଧ୍ୟ ଛଡାଯାଇଛି । ପାକିସ୍ତାନର ଆର୍ଥୀବ ଅବସ୍ଥା ଭଲ ନ ଥିବା ବେଳେ ୧୨ ଲକ୍ଷ ଟଙ୍କା ବଜେଟ ପାସ କରିବାକୁ ବିରୋଧୀ ସମାଲୋଚନା କରିଛନ୍ତି ।

ପାକିସ୍ତାନ ସରକାର ଏବେ ଆଇଏମଏଫର ଋଣ ଭାରରେ ବୁଡିଯାଇଛି । ନିକଟରେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପାକିସ୍ତାନ ୫ ଲକ୍ଷ ଗଧ ଚୀନକୁ ପଠାଇଛି । ଚୀନରେ ଗଧର କ୍ଷୀର, ଚମଡା ଓ ଶରୀରର ଚାହିଦା ରହିଛିି । ସୂଚନାଯୋଗ୍ୟ, ପାକିସ୍ତାନରେ ୮୦ ଲକ୍ଷ ଲୋକ ପଶୁପାଳନରେ ଜୀବିକା ନିର୍ବାହ କରିଥାନ୍ତି ।

Comments are closed.