Latest Odisha News

ଫସିଲା ପାକିସ୍ତାନ, ଧ୍ୱଂସ ହେବା ଥୟ !ପୁଣି ହେଲା ଆକ୍ରମଣ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ନେଇ ଟେନ୍‌ସନରେ ପାକିସ୍ତାନ । ସପ୍ତାହେ ଭିତରେ ପାକିସ୍ତାନରେ ହୋଇଛି ଦୁଇ ଦୁଇଟି ବଡ଼ ଆକ୍ରମଣ । ପ୍ରଥମେ ଟ୍ରେନ୍ ହାଇଜାକ୍‌, ପରେ ସେନା ବସ୍‌ରେ ବିସ୍ଫୋରଣ । ଆତଙ୍କବାଦୀମାନେ ପାକିସ୍ତାନ ସେନା ଓ ସରିଫ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ପୁଲୱାମା ଷ୍ଟାଇଲରେ ପାକ୍ ସେନାର ବସକୁ ଉଡ଼ାଇଛନ୍ତି ଆତଙ୍କବାଦୀ..ଆରସିଡି ରାଜପଥରେ ପାକିସ୍ତାନ ସେନାର ୮ଟି ବସ୍ ଆସୁଥିବା ବେଳେ ବଲୁଚିସ୍ତାନ ଲିବରେସନ ଆର୍ମ- ବିଏଲଏର ଏକ ବିସ୍ଫୋରକ ଭର୍ତ୍ତି କାର୍, ଗୋଟିଏ ବସ୍‌ ଦେହରେ ପିଟି ହୋଇଯାଇଥିଲା । ବିସ୍ଫୋରଣ ବସ୍‌ଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା.. ବିଏଲଏ ଦାବି କରୁଛି ଯେ ଏହି ବିସ୍ଫୋରଣରେ ୯୦ ଜଣ ଯବାନଙ୍କ ପ୍ରାଣ ଯାଇଛି, ଗୋଟିଏ ବସ୍ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ଆଉ ଗୋଟିଏ ବସ୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୩୦ରୁ ଅଧିକ ଯବାନ ଆହତ ହୋଇଛନ୍ତି ।

ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଆକ୍ରମଣର ପ୍ରଭାବ ଭାରତ ସହିତ ଆମେରିକା ଏବଂ ମଧ୍ୟପ୍ରାଚ୍ୟର କିଛି ଦେଶ ଉପରେ ପଡ଼ିପାରେ। ଏସବୁ ଦେଶ ପାଇଁ ମୁସଲିମ ଆତଙ୍କବାଦୀ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ଭାରତ ଗସ୍ତରେ ଥିବା ଆମେରିକାର ଜାତୀୟ ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ ତୁଲସୀ ଗାବାର୍ଡ କହିଛନ୍ତି । ଦ୍ବିତୀୟ ପାଳିରେ ଟ୍ରମ୍ପ ପ୍ରଶାସନ ଭାରତ ସହ ମିଶି ଆଙ୍କବାଦ ଦମନ କ୍ଷେତ୍ରରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ଅପହୃତ ଜାଫର ଏକ୍ରପ୍ରେସରର ଭିଡିଓ ସାମ୍ନାକୁ ଆସିଛି । ଏକ ପାହାଡ଼ିଆ ଘାଟିରେ ଅଟକି ରହିଛି କ୍ଷତିଗ୍ରସ୍ତ ହୋଇଥିବା ଜାଫର ଏକ୍ସପ୍ରେସ । ପାକିସ୍ତାନ ସେନା ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି । ଗତ ୧୧ ତାରିଖରେ ବଲୁଚ ଲିବରେସନ ଆର୍ମି ପକ୍ଷରୁ ଏହି ଟ୍ରେନ୍କୁ ଅପହରଣ କରାଯାଇଥିଲା । ଏଥିରେ ୧୦୦ରୁ ଅଧିକ ସେନାର ଯବାନଙ୍କୁ ମିଶାଇ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ଟ୍ରେନରେ ପଣବନ୍ଦୀ ରଖାଯାଇଥିବା ସମସ୍ତ ୨୧୪ ଜଣଙ୍ ବିଏଲଏ ହତ୍ୟା କରିଥିବା ଦାବି କରୁଥିବା ବେଳେ ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ୩୧ ଜଣ ପଣବନ୍ଦୀଙ୍କର ମୃତ୍ୟୁ ହୋଇଛି

Leave A Reply

Your email address will not be published.