ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ବେଲୁଚି ଲିବରେଶନ ଆର୍ମି ନିଜକୁ ଦାୟୀ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗ୍ୱାଦରରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ୭ଟି ଗାଡି ଉପରକୁ ଫକୀର ବ୍ରିଜ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଗୁଳା ବିନିମୟ ହୋଇଥିଲା । ଏହି ଘଟଣା ପରେ ପୁରା ଗ୍ୱାଦରକୁ ଆଲର୍ଟ କରାଯାଇଛି । କୌଣସି ଗାଡି ଗ୍ୱାଦର ସୀମା ବାହାରକୁ ଯିବା କିମ୍ବା ଆସିବା ଉପରେ କଟକଣା ଜାରି କରାଯାଇଛି ।
‘ଦ ବେଲୁଚିସ୍ଥାନ ପୋଷ୍ଟ’ ଅନୁସାରେ, ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ସମୟରେ ୨ ଆତଙ୍କୀଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ୟମାନେ ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଏପଟେ ପାକିସ୍ତାନସ୍ଥିତ ଚୀନ ବାଣିଜ୍ୟ ଦୂତବାସ ପକ୍ଷରୁ ବାଲୁଚିସ୍ଥାନ ଓ ସିନ୍ଧ ପ୍ରଦେଶରେ ଥିବା ନିଜ ନାଗରିକଙ୍କୁ ଅନ୍ୟ ଆଦେଶ ଜାରି ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କୁହାଯାଇଛି ।
ଏପଟେ ବେଲୁଚିସ୍ତାନ ଲିବରେଶନ ଆର୍ମି ପକ୍ଷରୁ କୁହାଯାଇଛି, ଆକ୍ରମଣ ଜାରି ରହିଛି । ଆଗମୀ ସମୟରେ ସମସ୍ତ ସୂଚନା ପ୍ରଦାନ କରାଯିବ । ଚୀନ ଇଞ୍ଜିନିୟରଙ୍କ ଗାଡିକୁ ଆକ୍ରମଣ କରାଯିବା ପରେ ବି ଲଗାତାର ବିସ୍ଫୋରଣ କରାଯାଉଛି । ବନ୍ଦର ସହର ଗ୍ୱାଦରକୁ ଚାରିପଟୁ ଘେରି ଦିଆଯାଇଛି । ସକାଳ ୯.୩୦ରେ ଏହି ଆକ୍ରମଣ ହୋଇଥିବାବେଳେ ସାଢେ ୨ଟା ପର୍ଯ୍ୟନ୍ତ ବିସ୍ଫୋରଣ ଲାଗି ରହିଥିଲା ।
#Pakistan 2 security personnel got injured when a convoy of engineers working for a #Chinese construction company came under attack on Faqeer Bridge, in #Gwadar, #Balochistan. As Per Security Sources, the operation is underway to clear the area, firing continues. pic.twitter.com/AN7IRvhMlv
— Ghulam Abbas Shah (@ghulamabbasshah) August 13, 2023
Comments are closed.