Latest Odisha News

BREAKING NEWS

ବିଜୟ ସହ ଅଭିଯାନ ଆରମ୍ଭ କଲେ ପାକିସ୍ତାନ, ୱେଷ୍ଟଇଣ୍ଡିଜ

କୋଲକାତା: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ୨ଟି ମୁକାବିଲାରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ଉଦଘାଟନୀ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସ୍କଟ ଏଡୱାର୍ଡ୍ସ ୩୭ ଓ ବାସ ଡି ଲିଡେ ୩୦ ରନ କରିଥିଲେ । ଜବାବରେ ୧୪୮ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଆରମ୍ଭରୁ ଭଲ ପ୍ରଦର୍ଶନ କରି ସୁବିଧାଜନକ ସ୍ଥିତିରେ ପଂହଚିଥିଲା ।

ଦଳ ୩ ୱିକେଟ ବିନିମୟରେ ୯୮ ରନ କରିଥିଲା । ଏହା ପରେ ନେଦରଲାଣ୍ଡ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମ୍ୟାଚରେ ରୋମାଂଚ ଭରିଥିଲା । ୧୧୪ ରନରେ ପାକିସ୍ତାନ ୭ଟି ୱିକେଟ ହରାଇଥିଲା । ପାକିସ୍ତାନ ମ୍ୟାଚରେ ପ୍ରତ୍ୟାବର୍ତନ କରି ୧୯.୩ ଓଭରରେ ଏହାକୁ ଜିତି ନେଇଥିଲା । ଫହୀମ ଅଶରଫ ୧୧ ବଲରେ ୨୯ ରନ କରି ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଦ୍ୱିତୀୟ ମୁକାବିଲାରେ ସିମ୍ରେନ ହେଟମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ ୩୫ ରନରେ ସ୍କଟଲାଣ୍ଡକୁ ହରାଇଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୧୮୨ ରନ କରିଥିଲା । ହ୍ୱେଟମେୟର ୬୪ ଓ ବ୍ରେଣ୍ଡନ କିଙ୍ଗ ୩୫ ରନ କରିଥିଲେ । ଜବାବରେ ୧୮୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ସ୍କଟଲାଣ୍ଡ ୧୮.୫ ଓଭାରେ ୧୪୭ ରନ କରି ଅଲଆଉଟ ହୋଇ ଯାଇଥିଲା । ରିଚି ବେରିଂଟନ ୪୨ ଓ ଟମ ବ୍ରୁସ ୩୫ ରନ କରିଥିଲେ । ରୋମାରିଓ ଶେଫର୍ଡ ୫ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.