ନୂଆଦିଲ୍ଲୀ:ଏଫଆଇଏକ ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ପାକିସ୍ତାନ ଟିମ ରାଜି ଅଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଥିଲା । ହକି ଇଣ୍ଡିଆର ସେକ୍ରେଟାରୀ ଭୋଳାନାଥ ସିଂ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବ । ଏଥିରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ ଟିମ ରାଜି ହୋଇଛି । ଏଥିରେ ବିଶ୍ୱର ୨୪ ପ୍ରତିଷ୍ଠିତ ଟିମ ଅଂଶଗ୍ରହଣ କରିବେ । ଆନ୍ତର୍ଜାତୀୟସ୍ତରରେ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ୨୧ ବର୍ଷରୁ କମ ଯୁବ ଖେଳାଳିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
୨୮ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଈରେ ଏହା ଆୟୋଜିତ ହେବ । ପୁଲ ବିରେ ଭାରତ ତାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଚିଲୀ ଏବଂ ସୁଇଜରଲାଣ୍ଡ ସହିତ ରହିଛି । ୨୦୨୩ ସଂସ୍କରଣରେ ଫ୍ରାନ୍ସକୁ ୨-୧ ଗୋଲରେ ହରାଇ ଜର୍ମାନୀ ଟାଇଟଲ ହାସଲ କରିଥିଲା । ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ପାକିସ୍ତାନ ଟିମ ଭାରତ ଆସିବାକୁ ମନା କରିଥିଲା । ପରେ ଟୁର୍ଣ୍ଣାମେଂଟକୁ ୟୁଏଇରେ କରାଯିବା ପାଇଁ ସ୍ଥିର ହୋଇଥିଲା ।
Comments are closed.