Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ନେଇ ଖେଳାଳି, ବୋର୍ଡ ମଧ୍ୟରେ ଘନେଇଲା ବିବାଦ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଟିମକୁ ଭାରତୀୟ ଭିଜା ମିଳିସାରିଛି । ତେବେ ଏ ସବୁ ସତ୍ୱେ ପାକିସ୍ତାନ ଟିମର ଖେଳାଳିମାନେ ବିଶ୍ୱକପ ପ୍ରସ୍ତୁତି ଠିକ ଭାବେ କରି ପାରୁ ନାହାନ୍ତି । ପାକିସ୍ତାନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୨ ବିଶ୍ୱକପ ବିଜେତା ଟିମର ଖେଳାଳି ଏବଂ ବୋର୍ଡ ମଧ୍ୟରେ ୫ ମାସ ଧରି ଲାଗି ରହିଥିବା ବିବାଦ ଘନେଇବାରେ ଲାଗିଛି । ୪ ମାସ ଧରି କୌଣସି ପାଉଣା ପାଇ ନ ଥିବାରୁ ଖେଳାଳିମାନେ ଏବେ ବୋର୍ଡକୁ ଧମକାଇଛନ୍ତି । ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଏହାର ସମାଧାନ ନ କଲେ ଟିମ ସ୍ପନଶର ଲୋଗୋ ପିନ୍ଧିବେ ନାହିଁ କିମ୍ବା କୌଣସି ପ୍ରମୋଶନାଲ ଇଭେଂଟରେ ଅଂଶଗ୍ରହଣ କରିବେନି ।

କେନ୍ଦ୍ରୀୟ ଚୁକ୍ତି ବାବଦକୁ ଯାହା ପ୍ରଦାନ କରାଯାଉଛି ସେଥିରୁ ଟ୍ୟାକ୍ସ ବାବଦକୁ ଅର୍ଥ କଟାଯିବା ନେଇ ମଧ୍ୟ ଖେଳାଳିମାନେ ଅସନ୍ତୁଷ୍ଟ ଅଛନ୍ତି । ଖେଳାଳିମାନେ ଏବେ ନୂତନ ଚାହିଦା ରଖିଛନ୍ତି ଯେ, ଆଇସିସି ଦେଶରେ କ୍ରିକେଟର ବିକାଶ ପାଇଁ ଯେଉଁ ଅର୍ଥ ଦେଉଛି ସେଥିରେ ଖେଳାଳିଙ୍କୁ ରେଭିନ୍ୟୁ ପ୍ରଦାନ କରାଯାଉ । ପିସିବି ଏ ନେଇ ରାଜି ନ ହେବାକୁ ଅଶାନ୍ତି ଜୋର ଧରିଛି । ଅପରପକ୍ଷରେ ଖୁବ ଶୀଘ୍ର ଏହି ବିବାଦର ସମାଧାନ କରାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.