Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିପକ୍ଷ ମୁକବିଲା ପୂର୍ବରୁ ପାକିସ୍ତାନକୁ ଘାରିଲା ଆଉ ଏକ ସଙ୍କଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିଥିବା ପାକିସ୍ତାନ ଟିମକୁ ଆଉ ଏକ ସଙ୍କଟ ଘାରିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଦଳର ଅଧିକାଂଶ ଖେଳାଳି ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ଟିମ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲା । ଓପନର ଅବଦୁଲ୍ଲା ଶଫିକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବା ସମ୍ଭାବନା କ୍ଷୀଣ । ଜ୍ୱରରେ ଆକ୍ରାନ୍ତ ଖେଳାଳିମାନଙ୍କ ଡେଙ୍ଗୁ ପରୀକ୍ଷଣ ପାଇଁ ବୋର୍ଡ ଚିନ୍ତା କରୁଛି । ଚଳିତ ମାସ ୨୦ରେ ବାଙ୍ଗାଲୋରରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ଶାହୀନ ଆଫ୍ରିଦୀ ଓ ଉସମା ମୀର ମଧ୍ୟ ଅସୁସ୍ଥ ଅଛନ୍ତି । ତେବେ ସେମାନେ ଦ୍ରୁତ ଆରୋଗ୍ୟ ହୋଇଥିବାରୁ ଟିମ ମ୍ୟାନେଜମେଂଟ କିଛି ମାତ୍ରାରେ ଆଶ୍ୱସ୍ତି ଅଛନ୍ତି ।

ଉଭୟ ଟିମ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ରୋହିତ ଶର୍ମାଙ୍କ ୮୬ ରନ ବଳରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଶ୍ୱକପରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ରଖିଛି । ସୂଚନାଯୋଗ୍ୟ, ଭାରତର ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହେବା ଯୋଗୁ ବିଶ୍ୱକପର ପ୍ରଥମ ୨ଟି ମ୍ୟାଚରେ ଖେଳି ପାରି ନ ଥିଲେ ।

Leave A Reply

Your email address will not be published.