Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପାକିସ୍ତାନକୁ ଖେଳିବାକୁ ପଡିବ କ୍ୱାଲିଫାୟର

ନୂଆଦିଲ୍ଲୀ: ୨୦୨୫ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ଭାରତୀୟ ଟିମ ଏଥିପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି । ତେବେ ପାକିସ୍ତାନ ଟିମକୁ ଏଥିପାଇଁ ଯୋଗ୍ୟତା ହାସଲ କରିବା ପାଇଁ କ୍ୱାଲିଫାୟର ମୁକାବିଲା ଖେଳିବାକୁ ପଡିବ । ମହିଳା ଦିନିକିଆ ବିଶ୍ୱକପ ପାଇଁ କ୍ୱାଲିଫିକେଶନ ପ୍ରକ୍ରିୟା ୨୦୨୨ରୁ ଆରମ୍ଭ ହୋଇଯାଇଛି । ଏଥିରେ ୧୦ଟି ଟିମ ସାମିଲ । ବିଶ୍ୱକପ ପୂର୍ବରୁ ସମସ୍ତ ଟିମ ୮ଟି ଦିନିକିଆ ସିରିଜ ଖେଳିବ । ଏଥିରେ ଘରୋଇ ପରିବେଶରେ ୪ଟି ଏବଂ ବାହାରେ ୪ଟି ସିିରିଜ ଖେଳିବେ । ଏହାର ଫଳାଫଳକୁ ନେଇ ପଂଏଟ ପ୍ରଦାନ କରାଯିବ ।

ଶ୍ରେଷ୍ଠ ୫ଟି ଟିମ ସିଧାସଳଖ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିବେ । ବିଶ୍ୱକପରେ ୧୦ଟି ଟିମ ଅଂଶଗ୍ରହଣ କରିବେ । ବାକି ୫ଟି ଟିମ କ୍ୱାଲିଫାୟର ମାଧ୍ୟମରେ ଯୋଗ୍ୟତା ହାସଲ କରିବେ । ପାକିସ୍ତାନ ସିଧାସଳଖ ଯୋଗ୍ୟତା ହାସଲ କରିପାରି ନ ଥିବାରୁ କ୍ୱାଲଫାୟର ଖେଳିବ ।

Comments are closed.