Latest Odisha News

BREAKING NEWS

ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଦେବ ପାକିସ୍ତାନ 

କରାଚି: ପାକିସ୍ତାନ ସରକାର ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି।

ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ଅପରେସନ ସିନ୍ଦୁରରେ ନିହତ ସମସ୍ତ ଆତଙ୍କବାଦୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଶାହବାଜ ସରିଫଙ୍କ ସରକାର ଏଥିପାଇଁ ଶୁହାଦ ପ୍ୟାକେଜ ଘୋଷଣା କରିଛନ୍ତି।

ଅପରେସନ ସିନ୍ଦୂର ସମୟରେ ମାସୁଦ ଆଝାରର ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ମାସୁଦର ଘର ବାହାୱଲପୁରରେ ହୋଇଥିବା ବେଳେ ଏହି ଅପରେସନରେ ମାସୁଦ ପରିବାରର ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି କାରଣରୁ ପାକିସ୍ତାନ ସରକାର ଶୁହାଦ ପ୍ୟାକେଜରୁ ମସୁଦକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି।

ଏହି ଅପରେସନ ପରେ ମାସୁଦ ଆଝାର ନିଜେ ଭିଡିଓ ଜାରି କରି ସୂଚନା ଦେଇଥିଲା। ସେ କହିଥିଲା ଯେ ଭାରତର ଅପରେସନରେ ତାଙ୍କ ବଡ଼ ଭଉଣୀ, ଭିଣୋଇ ଏବଂ ତାଙ୍କ ପିଲାମାନଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.