Latest Odisha News

ଜେଲରେ ଥିବା ଇମ୍ରାନ ଖାଁ ଏଆଇ ମାଧ୍ୟମରେ ଦେଲେ ଭାଷଣ

ଲାହୋର: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ୧୩୬ ଦିନ ହେବ ଜେଲରେ ଅଛନ୍ତି । ତାଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନ୍ସାଫକୁ ର‌୍ୟାଲୀ କରିବା ପାଇଁ ଅନୁମତି ମିଳୁ ନାହିଁ । ଏହା ସତ୍ୱେ ଇମ୍ରାନ ଡିସେମ୍ବର ୧୭ରେ ଭାଷଣ ଦେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ଟିମ ଆର୍ଟିଫିସିଆଲ ଇଂଟେଲଜେନ୍ସି ମାଧ୍ୟରେ ଏହି ଭାଷଣର ବ୍ୟବସ୍ଥା କରିଥିଲେ । ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଏ ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଭର୍ଚୁଆଲ ରାଲୀରେ ୬୦ ଲକ୍ଷରୁ ଅଧିକ ସମର୍ଥକ ଯୋଡି ହୋଇଥିଲେ । ୪ ମିନିଟର ଏହି ଭାଷଣ ଇଂଟେରନେଟ ଅସୁବିଧା ଯୋଗୁ ଅନେକ ଥର ବାଧାପ୍ରାପ୍ତ ହୋଇଥିଲା । ମୁଁ ମୋ ଦେଶବାସୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛି । ଆପଣମାନଙ୍କ ସହଯୋଗ ମୋ ମନୋବଳ ବୃଦ୍ଧି କରିଛି ବୋଲି ସେ ଭାଷଣରେ କହିଛନ୍ତି ।

କ୍ରିକେଟରୁ ରାଜନୀତି ଆସିଥିବା ଇମ୍ରାନ ଅଗଷ୍ଟ ୫ରେ ୩ ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ । ୨୦୧୮ରୁ ୨୦୨୨ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଉପହାର ବାବଦକୁ ମିଳିଥିବା ସାମଗ୍ରୀ ବିକ୍ରି କରିଥିବା ବେଳେ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲେ । ସେ ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଯାଇଛି ।

Comments are closed.