Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସ: ପାକିସ୍ତାନ ଖେଳିବା ଆଶା କଠିନ

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ଅଲିମ୍ପିକ୍ସକୁ କ୍ରିକେଟର ପ୍ରତ୍ୟାବର୍ତନ ହୋଇଛି । ୨୦୨୮ ଲସ ଆଞ୍ଜେଲ୍ସ ଗେମ୍ସରେ କ୍ରିକେଟ ଟି୨୦ ଫର୍ମାଟକୁ ଏଥିରେ ସାମିଲ କରାଯାଇଛି । ୧୯୦୦ ପରଠାରୁ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇ ନ ଥିଲା । ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଏଁ ଟିମ ଅଂଶଗ୍ରହଣ କରିବେ । ଓଭରାଲ ୨୮ ମ୍ୟାଚ ଖେଳାଯିବ । ଆଇସିସି ଏଥିପାଇଁ ଯୋଗ୍ୟତା ପର୍ଯ୍ୟାୟ ଆଧାର କିପରି ହେବ ସେ ନେଇ ଆଲୋଚନା ଆରମ୍ଭ କରିଛି ।

ପୂର୍ବରୁ ଆଇସିସି ର‌୍ୟାଙ୍କିଙ୍ଗର ଶ୍ରେଷ୍ଠ ୬ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିବେ ବୋଲି କୁହାଯାଇଥିଲା । ଏବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ମହାଦ୍ୱୀପରୁ ଉଭୟ ବିଭାଗର ଗୋଟିଏ ଲେଖାଏଁ ଟିମ ଅଂଶଗ୍ରହଣ କରିବେ । ଯଦି ଏହା ହୁଏ ତେବେ ପାକିସ୍ତାନର ପ୍ରବେଶ ଆଶା କ୍ଷୀଣ ହୋଇଯିବ । ଏସିଆରୁ ଭାରତ, ଓସେନେଇରୁ ଅଷ୍ଟ୍ରେଲିଆ, ୟୁରୋପରୁ ଇଂଲଣ୍ଡ, ଆଫ୍ରିକାରୁ ଦକ୍ଷିଣ ଆଫ୍ରିକା କ୍ୱାଲିଫାଇ କରିବା ଏକପ୍ରକାର ନିଶ୍ଚିତ । ପାକିସ୍ତାନର ଏଂଟ୍ରି ଗ୍ଲୋବାଲ କ୍ୱାଲିଫାୟର ମାଧ୍ୟମରେ ହୋଇପାରେ । ଯାହାକି ଏକ କଷ୍ଟସାଧ୍ୟ ବ୍ୟାପାର ।

Comments are closed.