Latest Odisha News

BREAKING NEWS

ଅପମାନ: ମାଲେସିଆ ଜବତ କଲା ପାକିସ୍ତାନର ବିମାନ

କୁଆଲାଲମ୍ପୁର: ପାକିସ୍ତାନ ଶୁକ୍ରବାର ଘୋର ଅପମାନର ସମ୍ମୁଖୀନ ହୋଇଛି । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୧୫ରେ ଭିଏତନାମ କମ୍ପାନୀରୁ ଲିଜ୍ ସ୍ୱରୂପ ବୋଇଙ୍ଗ-୭୭୭ ସମେତ ଦୁଇଟି ବିମାନ ପାକିସ୍ତାନ ନେଇଥିଲା ।

ବାକି ଥିବା ଲିଜ୍ ଟଙ୍କା ଦେବାରେ ବିଫଳ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିମାନ ଜବତ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା । ତେବେ ୧୮ ଜଣ କର୍ମଚାରୀ ଫସି ରହିଛନ୍ତି । ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରଖାଯିବ ।

Leave A Reply

Your email address will not be published.