Latest Odisha News

୧୦୪ ଭାରତୀୟଙ୍କୁ କାହିଁକି ଭିସା ଦେଲା ପାକିସ୍ତାନ?

ଇସଲାମାବାଦ: ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଠିକ ନାହିଁ । ଉଭୟ ଦେଶ ନାଗରିକଙ୍କୁ କମ୍ ଭିସା ପ୍ରଦାନ କରୁଛନ୍ତି । ଏହାରି ଭତରେ ପାକିସ୍ତାନ ୧୦୪ ଭାରତୀୟଙ୍କୁ ଭିସା ପ୍ରଦାନ କରିବା ନେଇ ଘୋଷଣା କରିଛି । ଏହି ସମସ୍ତ ଲୋକ ପାକିସ୍ତାନ ଯିବାକୁ ଥିବା ହିନ୍ଦୁ ଶ୍ରଦ୍ଧାଳୁ ।ଭାରତରେ ପାକିସ୍ତାନୀ ଉଚ୍ଚ ଆୟୋଗଙ୍କ ତରଫରୁ ଏକ ଘୋଷଣା କରାଯାଇଛି । ଶଦାନୀ ଦରବାରରେ ଶିବ ଅବତାରୀ ସତଗୁରୁ ସନ୍ଥ ଶଦାରାମ ସାହିବଙ୍କ ୩୧୫ତମ ଜୟନ୍ତୀ ପାଳନ ହେବ । ଏଥିରେ ସାମିଲ ହେବାକୁ ଇଚ୍ଛୁକ ୧୦୪ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରାଯାଇଛି।

ପାକିସ୍ତାନୀ ଉଚ୍ଚ ଆୟୋଗଙ୍କ ତରଫରୁ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦିଆଯାଇଛି । ଶଦାନୀ ଦରବାର ପାକିସ୍ତାନରେ ହିନ୍ଦୁ ସମୁଦାୟଙ୍କ ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକସ୍ଥଳ । ୧୨ରୁ ୨୩ ଡିସେମ୍ୱର ଯାଏ ଏଠାରେ ଜୟନ୍ତୀ ସମାରୋହ ପାଳନ କରାଯିବ । ତେବେ ଅନେକ ଭକ୍ତ ଏଠାରେ ଉପସ୍ଥିତ ରହିବେ । ୧୯୭୪ର ଧାର୍ମିକ ତୀର୍ଥସ୍ଥଳୀ ପରିଭ୍ରମଣ ପ୍ରୋଟୋକଲ ଅନୁସାରେ ଦୁଇ ଦେଶ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରୁଛନ୍ତି । ପାକିସ୍ତାନରୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ହିନ୍ଦୁ ଓ ଶିଖ ନିଜ ନିଜର ଧାର୍ମିକସ୍ଥଳକୁ ଯାଉଛନ୍ତି ।

୧୯୭୪ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବୁଝାମଣା ହୋଇଥିଲା । ବୁଝାମଣା ଅନୁସାରେ ଉଭୟ ଦେଶ ଭିସା ପ୍ରଦାନ କରୁଛନ୍ତି। ପାକିସ୍ତାନର ୧୫ଟି ସ୍ଥାନ ପାଇଁ ଭାରତୀୟଙ୍କୁ ଭିସା ଦେଉଛି । ସେହିପରି ଭାରତର ୫ଟି ଧାର୍ମିକସ୍ଥଳ ପାଇଁ ପାକିସ୍ତାନୀଙ୍କୁ ଭିସା ପ୍ରଦାନ କରୁଛି ।

 

Leave A Reply

Your email address will not be published.