ଦୁବାଇ: ଏସିଆ କପ ୨୦୨୫ରେ ଅନେକ ନାଟକୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ବିଜୟ ହାସଲ କରି ଟାଇଟଲ ଦୌଡରେ ରହିଛି । ଏହି ମ୍ୟାଚରେ ଟସ ଏବଂ ବିଜୟ ହାସଲ କରିବା ପରେ ଭାରତୀୟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ କରି ନ ଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ୟୁଏଇ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ଏସିଆ କପରୁ ଓହରିଯିବ ବୋଲି ଧମକ ଦେଇଥିଲା । ମ୍ୟାଚ ସମୟ ପର୍ଯ୍ୟନ୍ତ ପାକିସ୍ତାନ ଖେଳାଳି ପଡିଆରେ ପଂହଚି ନ ଥିଲେ । ପାକିସ୍ତାନ ଓହରି ଯାଇଛି ବୋଲି ଖବର ମଧ୍ୟ ପ୍ରକାଶ ପାଇବାରେ ଲାଗିଲା ।
ଦୀର୍ଘ ସମୟ ପରେ ହଁ.. ନାହିଁର ନାଟକର ଅବସାନ ଘଟେଇ ଶେଷରେ ପାକିସ୍ତାନ ଟିମ ବିଳମ୍ବରେ ପଡିଆରେ ପଂହଚିଥିଲା । ଏହା ପରେ ମ୍ୟାଚ ଆରମ୍ଭ ହୋଇଥିଲା । ଭାରତ ବିପକ୍ଷ ମ୍ୟାଚରେ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟେଇବା ପାଇଁ ପାକିସ୍ତାନ ଦାବୀ କରିଥିଲେ ମଧ୍ୟ ଏହାର କିଛି ଫରକ ପଡି ନ ଥିଲା । ୟୁଏଇ ଅଧିନାୟକ ମହମ୍ମଦ ୱାସିମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହି ମ୍ୟାଚରେ ପାଇକ୍ରଫ୍ଟ ପୂର୍ବ ଭଳି ତାଙ୍କ ଦାୟିତ୍ୱ ତୁଲାଉଛନ୍ତି ।
Comments are closed.