ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ବିଭିନ୍ନ ବାଟରେ ଭାରତ ଘେରିବାରେ ଲାଗିଛି । ଏହି ଘଟଣା ପରେ ଉଭୟ ଦେଶର କ୍ରିକେଟ ସମ୍ପର୍କ ଆହୁରି ତିକ୍ତତା ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ଆଗାମୀ ସେପ୍ଟମ୍ବରରେ ଭାରତରେ ଏସିଆ କପ କ୍ରିକେଟ ଆୟୋଜିତ ହେବ । ବର୍ତମାନ ପରିସ୍ଥିତି ବିଚାରକୁ ନେଲେ ପାକିସ୍ତାନ ଏସିଆ କପରେ ଖେଳିବା ପ୍ରାୟତଃ ଅସମ୍ଭବ ମନେ ହେଉଛି । ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ କହିବା ଅନୁସାରେ ଯଦି ଏ ଭଳି ପରିସ୍ଥିତି ରୁହେ ତେବେ ଏସିଆନ କ୍ରିକେଟ କାଉନ୍ସିଲକୁ ଭଙ୍ଗ କରି ଦିଆଯାଇପାରେ । ବିସିସିଆଇ ଆଭିମୁଖ୍ୟ ସର୍ବଦା ସରକାରଙ୍କ ସପକ୍ଷରେ ରହିଥାଏ ।
ଏସିସିକୁ ଭଙ୍ଗ କରି ଦିଆଯାଇ ଭାରତ ଅନ୍ୟ ଦେଶମାନଙ୍କ ସହ ମିଳିତ ଭାବେ ଟୁର୍ଣ୍ଣାମେଂଟ ଆୟୋଜନ କରିବା ସମ୍ଭାବନା ରହିଛି । ଏପରିକି ଆବଶ୍ୟକ ପଡିଲେ ଭାରତ ନିଜେ ଏସିସିରୁ ହଟି ଯାଇପାରେ । ପୂର୍ବରୁ କ୍ରିକବିଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆନ୍ତର୍ଜାତୀୟ କ୍ରିକେଟ କାଉନନ୍ସିଲକୁ ବିସିସିଆଇ ପତ୍ର ମାଧ୍ୟମରେ ଜଣାଇଛି ଯେ, ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନ ଯେପରି ଆଇସିସି ଇଭେଂଟରେ ଗୋଟିଏ ଗ୍ରୁପରେ ନ ରୁହନ୍ତି ।
Comments are closed.