ନୂଆଦିଲ୍ଲୀ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବାକୁ ଅଛି । ସୁରକ୍ଷା ଦୃଷ୍ଟି କୋଣରୁ ଭାରତୀୟ ଟିମ ଏହି ଗସ୍ତରେ ଯିବାକୁ ମନା କରିଦେଇଛି । ଅବଶ୍ୟ ଏହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନି । କେତେକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ଭାରତ ଉପରେ ଅସନ୍ତୁଷ୍ଟ ଅଛି । ଆବଶ୍ୟକ ପଡିଲେ ପିସିବି କୋର୍ଟ ଅଫ ଆର୍ବିଟେcଶନ ଫର ସ୍ପୋର୍ଟ୍ସର ଦ୍ୱାରସ୍ତ ହୋଇପାରେ । ୨୦୨୩ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ପାକିସ୍ତାନ ଆସିଥିଲା । ମାତ୍ର ଭାରତ ଏବେ ୨୦୨୫ରେ ପାକିସ୍ତାନ ଯିବାକୁ ଚାହୁଁ ନାହିଁ ।
ବିସିସିଆଇ ହାଇବ୍ରିଡ ଉପାୟରେ ଦୁବାଇରେ ମ୍ୟାଚ ଆୟୋଜନ କରିବା ପାଇଁ ପିସିବିକୁ ପରାମର୍ଶ ଦେଇଛି । ଅବଶ୍ୟ ପିସିବି ମୂଖ୍ୟ ମୋହସିନ ନାକଭି ଏହାକୁ ଖଣ୍ଡନ କରିଛନ୍ତି । ବିସିସିଆଇ ପକ୍ଷରୁ ଏ ଭଳି କୌଣସି ପରାମର୍ଶ ଆସିନି ବୋଲି ପିସିବି ପକ୍ଷରୁ କୁହାଯାଇଛି । ପୂର୍ବରୁ ଏସିଆ କପ ମଧ୍ୟ ଭାରତ ହାଇବ୍ରିଡ ମଡେଲରେ ଖେଳିଛି । ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ପାକିସ୍ତାନ ଗସ୍ତରେ ଭାରତ ଯାଇନାହିଁ । ଉଭୟ ଟିମ କେବଳ ଆଇସିସି ଓ ଏସିସି ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି । ଦ୍ୱିପାକ୍ଷିକ ସିରିଜ ମଧ୍ୟ ବନ୍ଦ ରହିଛି ।
Comments are closed.