Latest Odisha News

ପାକିସ୍ତାନକୁ ୭ ବିଲିୟନ ଡଲାରର ଋଣ ପ୍ରଦାନ

ଲାହୋର: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍ ) ପାକିସ୍ତାନକୁ ୭ ବିଲିୟନ ଡଲାର ଋଣ ପ୍ରଦାନ କରିଛି । ଆଇଏମ୍ଏଫ୍ ପାକିସ୍ତାନକୁ ‘ଷ୍ଟାଣ୍ଡ-ବାଇ ଆରେଞ୍ଜମେଣ୍ଟ’ (ଏମବିଏ) ଅଧୀନରେ ପ୍ରଦାନ କରୁଛି ଏହି ଋଣ।

ସୂଚନା ଅନୁସାରେ, କିଛି ସପ୍ତାହ ତଳେ ଆଇଏମଏଫର ଉଚ୍ଚସ୍ତରୀୟ କମିଟି ପାକିସ୍ତାନ ଗସ୍ତ କରି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କୁଖ୍ୟାତ ପାକିସ୍ତାନର ଆର୍ଥିକ ଅବସ୍ଥା ଏକପ୍ରକାର ଦେବାଳିଆ ସ୍ଥିତିରେ ରହିଛି।

ବର୍ତ୍ତମାନ ଏହି ଆର୍ଥିକ ପ୍ୟାକେଜ୍ ପାକିସ୍ତାନକୁ ଅନେକ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିବ। ତେବେ ଏହି ଋଣ ପାଇଁ ଆର୍ଥିକ ସଂସ୍କାର ସହ ପାକିସ୍ତାନକୁ ଟିକସ ଆଧାର ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ।

ଏହାବ୍ୟତୀତ ସବସିଡିରେ ମଧ୍ୟ ସଂସ୍କାର ଆଣିବାକୁ ପଡ଼ିବ। ଯାହା ଫଳରେ ସାଧାରଣ ଲୋକଙ୍କ ସହିତ କୃଷକଙ୍କ ଉପରେ ବୋଝ ବଢିପାରେ।

Comments are closed.