ନୂଆଦିଲ୍ଲୀ:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି । ଋଣ ଭାରରେ ଛନ୍ଦି ହୋଇ ହୋଇଗଲାଣି ପାକିସ୍ତାନ । ସେଥିପାଇଁ ଏୟାରଲାଇନ୍ସ(ପିଆଇଏ) ବିକ୍ରି କରିଛି । ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍ ହବିବ ଗ୍ରୁପ୍ ଏହାକୁ ୧୩୫ ଅରବ ପାକିସ୍ତାନୀ ମୁଦ୍ରା(୪୩୦୦ କୋଟି ଭାରତୀୟ ମୁଦ୍ରା)ରେ କ୍ରୟ କରିଛି। ଲଗାତାର କ୍ଷତି ସହିବା ପରେ ପାକିସ୍ତାନ ଏହାକୁ ବିକିବାକୁ ବାଧ୍ୟ ହୋଇଛି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇକରଣ କାର୍ଯ୍ୟକ୍ରମରେ ଆରିଫ୍ ହବିବ ଗ୍ରୁପ୍, ଲକି ସିମେଣ୍ଟ ଓ ଏୟାରବ୍ଲୁ ନିଜ ନିଜ ବିଡ୍ ଜମା କରିଥିଲେ। ନିର୍ଦ୍ଧାରିତ ନିୟମ ଅନୁସାରେ ଅଧିକ ଦାମ୍ ଡାକିଥିବା ୨ କମ୍ପାନୀ ଆରିଫ୍ ହବିବ ଓ ଲକି ସିମେଣ୍ଟକୁ ମୁକ୍ତ ନିଲାମରେ ସାମ୍ନାସାମ୍ନି ହେବାପାଇଁ ସୁଯୋଗ ଦିଆଯାଇଥିଲା। ଶେଷରେ ଆରିଫ୍ ହବିବ ସମୂହ ୧୩୫ ଅରବ ଡାକିଥିଲା। ଶହବାଜ ଶରିଫ୍ ସରକାର ପ୍ରାରମ୍ଭରେ ପିଆଇଏରେ ୭୫ ପ୍ରତିଶତ ଭାଗିଦାରୀ ବିକିବା ପାଇଁ ବିକଳ୍ପ ଦେଇଥିଲେ। ସଫଳ ନିଲାମଧାରୀଙ୍କୁ ବଳକା ୨୫ ପ୍ରତିଶତ ଭାଗିଦାରୀ ୯୦ ଦିନ ଭିତରେ କ୍ରୟ କରିବାର ବିକଳ୍ପ ମିଳିବ। ନିୟମ ଅନୁସାରେ ପ୍ରଥମ ବିକ୍ରିରୁ ମିଳିବାକୁ ଥିବା ରାଶିର ୯୨.୫ ପ୍ରତିଶତ ଏୟାରଲାଇନରେ ପୁନଃ ନିବେଶ ପାଇଁ ରହିବ ଏବଂ ୭.୫ ପ୍ରତିଶତ ରାଶି ସରକାରଙ୍କୁ ମିଳିବ। ଏହି ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟା ସ୍ଥାନୀୟ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏହି ଚୁକ୍ତିକୁ ପାକିସ୍ତାନ ଇତିହାସର ସବୁଠାରୁ ବଡ କ୍ରୟବିକ୍ରୟ ଦର୍ଶାଇ ଏହି ପ୍ରକ୍ରିୟାକୁ ସ୍ବଚ୍ଛ ରଖିବାକୁ ଚେଷ୍ଟା କରିଛନ୍ତି। ଏହାର ସ୍ଥିତି କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।
BREAKING NEWS
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
- ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
Comments are closed.