Latest Odisha News

[ଭିଡିଓ] ପାକିସ୍ତାନରେ ଉଠିଛି ବିସ୍କୁଟ୍ ଝଡ !

ଭୁବନେଶ୍ୱର: ପାଣିପାଗ ଖରାପ ହେଲେ ଝଡ ସୃଷ୍ଟି ହେବା କଥା ଆମେ ଜାଣିଛେ । ହେଲେ ବିସ୍କୁଟ୍ ଝଡ ଭଳି ଘଟଣା ବୋଧ ହୁଏ ଆପଣ କେବେ ବି ଶୁଣିନଥିବେ । ତେବେ ଭାରତର ପଡୋଶୀ ଦେଶ ପାକିସ୍ତାନରେ କିଛି ଏପରି ଘଟିଛି । ହେଲେ ପାଣିପାଗ ପାଇଁ ନୁହେଁ ବରଂ ପାକିସ୍ତାନୀ ଅଭିନେତ୍ରୀ ମହାୱିସ୍ ହୟାତଙ୍କ ନାଚ ପାଇଁ ଉଠିଛି ବିସ୍କୁଟ୍ ଝଡ ।

ରିପୋର୍ଟ ଅନୁଯାୟୀ ପାକିସ୍ତାନର ଏକ ବିସ୍କୁଟ୍ କମ୍ପାନୀ ନିଜର ଏକ ବିଜ୍ଞାପନ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଅଭିନେତ୍ରୀ ମହାୱିସ୍ ହୟାତ ପାରମ୍ପରିକ ପାକିସ୍ତାନୀ ପୋଷାକ ପିନ୍ଧି ଅନେକ ମଡେଲଙ୍କ ସହ ଜବରଦସ୍ତ ଡାନ୍ସ କରିବାରେ ନଜର ଆସିଛନ୍ତି । ହେଲେ ଏହି ବିଜ୍ଞାପନଟି ପାକିସ୍ତାନୀଙ୍କ ଲୋକଙ୍କ ସାମ୍ନାକୁ ଆସିବା ପରେ ଏଥିରେ ଅଶ୍ଳୀଳତା ଭରି ରହିଥିବା ଅଭିଯୋଗ ହୋଇଛି ।

ବିସ୍କୁଟର ଗୁଣଗାନ କରିବା ସହ ଏହାକୁ ଦେଶର ବିସ୍କୁଟ୍ ବୋଲି ଅଭିନେତ୍ରୀ ଗୀତ ଜରିଆରେ କହିଛନ୍ତି । ଅନ୍ୟପଟେ ପାରମ୍ପରିକ ପୋଷାକ ପିନ୍ଧି ନାଚିଥିବାରୁ ଲୋକେ ଏହାକୁ ମୁଜରା ସହ ତୁଳନା କରିଛନ୍ତି । ବାସ.. ଏହି କଥାକୁ ନେଇ ପାକିସ୍ତାନରେ ଉଠିଛି ବିସ୍କୁଟ୍ ଝଡ ।

ଯେଉଁଠି ଗୋଟିଏ ସୋସାଇଟି ଏହାକୁ ବିରୋଧ କରିଛି, ସେଠି ଅନ୍ୟ ଏକ ସୋସାଇଟି ଏହି ବିଜ୍ଞାପନକୁ ସମର୍ଥନ ବି କରିଛି । ଏପରିକି କଥା ଯାଇ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟରି ଅଥରିଟି ପାଖରେ ମଧ୍ୟ ପହଂଚିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ସତରେ ଏହି ଭିଡିଓରେ କିଛି ଅଶ୍ଳୀଳତା ରହିଛି ନା ପାକିସ୍ତାନୀ ଲୋକଙ୍କର ଅତ୍ୟନ୍ତ ରକ୍ଷଣଶିଳ ଚିନ୍ତାଧାରାର ନମୁନା ମାତ୍ର । ଏହି ଭିଡିଓକୁ ଦେଖିଲେ କିନ୍ତୁ ସେପରି କିଛି ଅଶ୍ଳୀଳତା ପରିଲକ୍ଷୀତ ହେଉନାହିଁ । ତେବେ ଭାରତରେ ଏହି ଘଟଣା ହାସ୍ୟାସ୍ପଦ ପାଲଟିଛି ।

Leave A Reply

Your email address will not be published.