Latest Odisha News

BREAKING NEWS

ଏସିଆ କପ ହକି: ଭାରତ ଗସ୍ତରେ ଆସିପାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଏହା ସତ୍ୱେ ହକି ଏସିଆ କପ ଓ ଜୁନିୟର ହକି ବିଶ୍ୱକପ ପାଇଁ ଭାରତକୁ ଆସିବାରେ ପାକିସ୍ତାନକୁ ରୋକା ଯିବନି ବୋଲି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିଭିନ୍ନ ଚାପ ସତ୍ୱେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଆମେ ମଧ୍ୟ ଅଂଶଗ୍ରହଣ କରୁଛୁ ବୋଲି କୁହାଯାଇଛି । ରୁଷ ଓ ୟୁକ୍ରେନ ଯୁଦ୍ଧଭରା ପରିସ୍ଥିତି ସତ୍ୱେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳୁଛନ୍ତି । ହକି ଏସିଆ କପ ୨୭ ଅଗଷ୍ଟରୁ ୭ ସେପ୍ଟମ୍ବର ପର୍ଯ୍ୟନ୍ତ ବିହାରରେ ଖେଳାଯିବ । ପାକିସ୍ତାନ ହକି ବୋର୍ଡ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ନେଇ କୌଣସି ବୟାନ ଜାରୀ କରିନି । ପାକିସ୍ତାନ ଟୁର୍ଣ୍ଣାମେଂଟ ଖେଳିବା ପାଇଁ ମନା କରି ନ ଥିବାରୁ ଭାରତ ଆସିବ ବୋଲି ଆଶା କରାଯାଉଛି ।

ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ କହିଛନ୍ତି ଆମ ସରକାର ଯେଉଁ ନିଷ୍ପତି ନେବେ ଆମେ ମାନିବୁ । ଯଦି ପାକିସ୍ତାନକୁ ଅଂଶଗ୍ରହଣ କରିବା ପାଇଁ ମନା କରାଯାଏ ତେବେ ମଧ୍ୟ ଆମେ ଏହାକୁ ଆୟୋଜନ କରିବୁ ବୋଲି ହକି ଇଣ୍ଡିଆର ଜନୈକ ଅଧିକାରୀ କହିଛନ୍ତି । ୨୦୧୬ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଟିମ ଭାରତ ଆସିନି । ଜୁନିୟର ହକି ବିଶ୍ୱକପରେ ପାକିସ୍ତାନ ବଦଳରେ ମାଲେସିଆକୁ ସାମିଲ କରାଯାଇଥିଲା । ନେଦରଲାଣ୍ଡରେ ଆସନ୍ତା ବର୍ଷ ୧୪ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ହକି ବିଶ୍ୱକପ ଆୟୋଜିତ ହେବ । ଏସିଆ କପ ଜିତିଥିବା ଟିମକୁ ସିଧାସଳଖ ଏଥିପାଇଁ ଏଂଟ୍ରି ମିଳିଥାଏ । ଏସିଆ କପର ଗତ ସଂସ୍କରଣରେ ଦକ୍ଷିଣ କୋରିଆ ଚାମ୍ପିୟନ ହୋଇଥିଲା । ଭାରତ ଓ ପାକିସ୍ତାନ ୪ଥର ଲେଖାଏଁ ଏବଂ ଦକ୍ଷିଣ କୋରିଆ ୫ଥର ଟାଇଟଲ ହାସଲ କରିଛନ୍ତି ।

Comments are closed.