Latest Odisha News

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ପାକିସ୍ତାନଠାରୁ ହାରିଲା ଭାରତ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିଛନ୍ତି । ପାକିସ୍ତାନ ୪୭ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଓଜାନ ଓୱେସୀ ୧୦୫ ରନ ଓ ଅଧିନାୟକ ସାଦ ବେଗ ୬୮ ରନର ଅପରାଜିତ ଇନିଂସ ଖେଳି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ । ଭାରତ ପକ୍ଷରୁ ଆଦର୍ଶ ସିଂ ୬୨, ଉଦୟ ସହାରନ ୬୦ ଓ ସଚିନ ଦାସ ୫୮ ରନର ଇନିଂସ ଖେଳିଥିଲେ । ମହମ୍ମଦ ଜୀଶନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅମୀର ହାସନ ଓ ଉବେଦ ଶାହ ୨ଟି ଲେଖାଁଏ ୱିକେଟ ନେଇଥିଲେ ।

ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ ଏଥିସହ ୨ଟି ମ୍ୟାଚରୁ ୨ ପଂଏଟ ହାସଲ କରିଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ ଖେଳି ପାକିସ୍ତାନ ୪ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛି । ଓୱେସୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.