Latest Odisha News

ପାକିସ୍ତାନରେ ଲାମିନେଶନ ପେପର ଅଭାବ: ଛପା ଯାଇପାରୁ ନାହିଁ ପାସପୋର୍ଟ

ଲାହୋର: ପାକିସ୍ତାନର ଆର୍ଥୀକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏଠାରେ ଲାମିନେଶନ ପେପର ମଧ୍ୟ ମିଳୁ ନାହିଁ । ଫଳରେ ପାସପୋର୍ଟ ଛପା ଯାଇପାରୁନି । ପେଶାୱର ପାସପୋର୍ଟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି । ପାସପୋର୍ଟ ହୋଇ ନ ପାରିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଦିନକୁ ୩୦୦୦ରୁ ୪୦୦୦ ପାସପୋର୍ଟ ପ୍ରସ୍ତୁତ ହେଉଥିବା ବେଳେ ଏବେ ମାତ୍ର ୧୨ରୁ ୧୪ କରାଯିବା ସମ୍ଭବପର ହେଉଛି । ପାକିସ୍ତାନ ଅବଜର୍ଭରରେ ପ୍ରକାଶିତ ଖବର ଅନୁସାରେ ଏହା ଏକ ବଡ ସମସ୍ୟା ନୁହେଁ । ସରକାର ଲାମିନେଶନ ପେପରର ଅର୍ଡର ଦେଇଛନ୍ତି । ସପ୍ତାହକ ମଧ୍ୟରେ ଏହି ସମସ୍ୟା ଦୂରୀଭୂତ ହେବ ।

ପ୍ରତ୍ୟେକ ଦିନ ପାସପୋର୍ଟ ନବୀକରଣ ପାଇଁ ୨୫୦୦୦ ଆବେଦନର ଆସୁଛି । ଏବେ ଏଗୁଡିକ ହୋଇ ନ ପାରିବାରୁ ଆଗାମୀ ଦିନରେ କାର୍ଯ୍ୟଭାର ବଢ଼ିଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି । ଆତଙ୍କବାଦୀ ଓ ଚୀନ ସପକ୍ଷରେ ରହିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ଗୋଟିଏ ପଟେ ଜଣଙ୍କ ପରେ ଜଣେ ଆତଙ୍କବାଦୀ ସଫା ହେଉଥିବା ବେଳେ ଅନ୍ୟ ପଟେ ତାଲିବାନ ସରକାର ସେମାନଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହା ବ୍ୟତୀତ ଚୀନର ଋଣଭାର ଓ ରାଜନୈତିକ ଅସ୍ଥିରତା ପାକିସ୍ତାନକୁ ରସାତଳକୁ ନେଇ ଯାଉଛି ।

Comments are closed.