ସିଡନୀ: ପାକିସ୍ତାନ କ୍ରିକେଟ ଟିମ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ଶୋଚନୀୟ ଭାବେ ପରାସ୍ତ କରି ଦିନିକିଆ ସିରିଜକୁ ୨-୧ରେ ହାତେଇଛି । ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତିମ ଦିିନିକିଆରେ ପାକିସ୍ତାନ ୮ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୧.୫ ଓଭରରେ ୧୪୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶନ ଆବୋଟ୍ଟ ୪୦ ରନ କରିଥିଲେ । ଶାହୀନ ଆଫ୍ରିଦୀ ଓ ନସୀମ ଶାହ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ପାକିସ୍ତାନ ୨୬.୫ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲଶ । ସାମ ଆୟୁବ ୪୨ ରନ କରିଥିଲେ ।
ଆୟୁବ ଓ ଅବଦୁଲ ଶଫିକ ପ୍ରଥମ ୱିକେଟରେ ୮୪ ରନର ପାର୍ଟନରଶିପ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଶଫିକ ୩୭ ରନ କରିଥିଲେ । ବାବର ଆଜମ ୨୮ ଓ ମହମ୍ମଦ ରିଜୱାନ ୩୦ ରନ କରି ଅପରାଜିତ ରହିଥିଲେ । ଲସ ମୋରିସ ୨ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ପାକିସ୍ତାନ ଟିମ ୨୦୦୨ରେ ଦ୍ୱିପାକ୍ଷିକ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା । ନଭେମ୍ବର ୧୪ରୁ ୨ ଦେଶ ମଧ୍ୟରେ ଟି୨୦ ସିରିଜ ଖେଳାଯିବ ।
Comments are closed.