Latest Odisha News

BREAKING NEWS

ପଞ୍ଜାବ ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର: ୨ ଭାରତୀୟଙ୍କ ସମ୍ପୃକ୍ତି ସୂଚନା

ଅମୃତସର: ପଞ୍ଜାବ ସୀମାରେ  ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରାଯାଇଛି । ଏହାସହ ୨୨ କିଲୋ ହେରୋଇନ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ କରାଯାଇଛି । ବିଏସ୍‌ଏଫ୍‌ ଓ ଅମୃତସର ପୋଲିସର ମିଳିତ ଅଭିଯାନରେ AK ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଉଦ୍ଧାର କରାଯାଇଛି ।
ଏହି ପାଇପ ଦେଇ ଅନୁପ୍ରବେଶକାରୀ ବାଡ ଆରପଟକୁ ସାମଗ୍ରୀ ସବୁ ପଠାଉଥିବା ଜଣାପଡିଛି । ଏହି ଚୋରା ସାମଗ୍ରୀଗୁଡ଼ିକ ପାଇବାରେ ସହାୟତା କରୁଥିବା ଦୁଇଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ଚିହ୍ନଟ କରିଛି ପୋଲିସ । ଦୁହେଁ ପାକିସ୍ତାନର ‘ଆଇଏସ୍‌ଆଇ’ ସହ ସମ୍ପର୍କ ରଖିଥିବା ଜଣାପଡିଛି ।
Leave A Reply

Your email address will not be published.