Latest Odisha News

BREAKING NEWS

ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…

କରାଚି: ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ ତଥା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସୂଚନା ଅନୁଯାୟୀ, ଜଣେ ମହିଳା ସାମ୍ବାଦିକ ଅବସା କୋମାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଷୟରେ ଅହମ୍ମଦ ସରିଫ୍  ଙ୍କୁ ପ୍ରଶ୍ନ ପଚାରିବା ପରେ ସେ ତାଙ୍କୁ ଆଖି ମାରିଥିଲେ। ଯାହାଫଳରେ ସେ ବର୍ତ୍ତମାନ୍ ସମାଲୋଚନାର ସମ୍ମୁଖୀନ ହେଉଥିବା ନେଇ ଜଣାପଡିଛି।

ପ୍ରେସ ବ୍ରିଫିଂର ଏକ ଭିଡିଓରେ ସାମ୍ବାଦିକ ଜଣକ ଇମ୍ରାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ ତାଙ୍କୁ ପ୍ରଶ୍ନ ପଚାରିଥିଲେ।

ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ ଏହା ମଧ୍ୟ କହି ଦିଅନ୍ତୁ ଯେ ଇମ୍ରାନ ଖାନ ଜଣେ ମାନସିକ ରୋଗୀ। ଏଭଳି ହସି ହସି କହିବା ସହ ସେ ମହିଳା ସାମ୍ବାଦିକଙ୍କୁ ଆଖି ମାରିଥିଲେ। ଯାହାକୁ ନେଇ ଇଣ୍ଟରନେଟ ରେ ଅନେକ ୟୁଜର ନିଜର ମତାମତ ରଖୁଛନ୍ତି। ତେବେ ଜଣେ ୟୁଜର୍ସ ଇନଷ୍ଟାଗ୍ରାମରେ ଲେଖିଛନ୍ତି ପାକିସ୍ତାନରେ ଗଣତନ୍ତ୍ର ବୋଧ ହୁଏ ଶେଷ ହୋଇଯାଇଛି। କାରଣ କ୍ୟାମେରା ସାମ୍ନାରେ ସବୁ ଖୋଲାଖୋଲି ଭାବରେ ଘଟୁଛି। ଅନ୍ୟ ଜଣେ ଲେଖିଛନ୍ତି ଯେ ପାକିସ୍ତାନରେ  ପ୍ରଧାନମନ୍ତ୍ରୀ ଏକ କଣ୍ଢେଇ ସହିତ ସମାନ।ପାକିସ୍ତାନ ଦେଶ ହିଁ ଏକ ମିମ୍ ଅଟେ।

ସେହିପରି ଗତ ଶୁକ୍ରବାର ଦିନ ଅହମ୍ମଦ ସରିଫ୍ ଇମ୍ରାନ ଖାନଙ୍କୁ ଜଣେ “ନାର୍ସିସିଷ୍ଟ” ବୋଲି କହିଥିଲେ।

 

Comments are closed.