ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଲଶ୍ମର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ସଲୀମ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି । କଶ୍ମୀର ପୋଲିସ ଆଇଜି ବିଜୟ କୁମାର ଏ ନେଇ ସୂଚନା ଦେଇଛନ୍ତି । ପାକିସ୍ତାନରେ ରହୁଥିବା ଏହି ଆତଙ୍କୀ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରି ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲା ।
ପୋଲିସ ଏବଂ ସୁରକ୍ଷାକର୍ମୀ ସଲୀମକୁ ଦୀର୍ଘ ଦିନ ଧରି ଖୋଜୁଥିଲେ । ଶାଲିମାର ଗାର୍ଡେନ ନିକଟରେ ଏବେ ବି ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । କାର୍ଯ୍ୟାନୁଷ୍ଠାନ ପରେ ପୋଲିସ ପକ୍ଷରୁ ଅପଡେଟ ପ୍ରଦାନ କରାଯିବ ବୋଲି ଆଇଜି କହିଛନ୍ତି ।
Comments are closed.