ନୂଆଦିଲ୍ଲୀ:ଆମେରିକାରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧ । ୱାସିଂଟନ ଡିସିରେ ପିଟିଆଇ ସମର୍ଥକଙ୍କ ବିକ୍ଷୋଭ । ମୁନିରଙ୍କୁ ଗଣହତ୍ୟାକାରୀ, ପାକିସ୍ତାନୀଙ୍କ ହତ୍ୟାକାରୀ କହିଲେ ବିକ୍ଷୋଭକାରୀ। କେବଳ ଏତିକି ନୁହେଁ ‘ଅସୀମ ମୁନିର ତୁମେ ଏକଛତ୍ରବାଦୀ, ଭୀରୁ’ ସ୍ଲୋଗାନ ଦେଇଛନ୍ତି ବିକ୍ଷୋଭକାରୀ। ଆମେରିକାକୁ ପାଞ୍ଚ ଦିନିଆ ଗସ୍ତରେ ଯାଇଥିବା ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି, ଅନ୍ୟ କେଉଁ ଦେଶର ନାଗରିକ ନୁହଁନ୍ତି, ବରଂ ଆମେରିକାରେ ରହୁଥିବା ଖୋଦ୍ ପାକିସ୍ତାନର ନାଗରିକମାନେ ବିରୋଧ କରିଛନ୍ତି । ଅସୀମ ମୁନିର ତୁମେ ଏକଛତ୍ରବାଦୀ, ତୁମେ ଭୀରୁ । ଗଣ ହତ୍ୟାକାରୀ, ପାକିସ୍ତାନୀଙ୍କ ହତ୍ୟାକାରୀ, ଇସଲାମାବାଦର ହତ୍ୟାକାରୀ ବୋଲି କହିଛନ୍ତି ।
ପାକିସ୍ତାନରେ ନାଗରିକଙ୍କ ମୃତ୍ୟୁ ପାଇଁ ଅସୀମ ମୁନିରଙ୍କୁ ଦାୟୀ କରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଛନ୍ତି । ସେଠାରେ ଗାଡ଼ିରେ ଥିବା ପ୍ରୋଜେକ୍ଟରରେ ମୁନିରଙ୍କୁ ଗଣ ହତ୍ୟାକାରୀ ଏବଂ ଯେବେ ବନ୍ଧୁକ କଥା କହିବା ଆରମ୍ଭ କରେ, ସେତେବେଳେ ଗଣତନ୍ତ୍ରର ହତ୍ୟା ହୋଇଯାଏ ବୋଲି ଲେଖି ପ୍ରଦର୍ଶିତ କରିଛନ୍ତି । ଆଉ ଏହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଭାଇରାଲ ହେବାରେ ଲାଗିଛି । ମୁନିରଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଲୋକେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ ବା PTIର ସମର୍ଥକ ।
ସୂଚନା ଥାଉକି, ପହଲଗାଁଓ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ପାକିସ୍ତାନର ଆର୍ମି ଚିଫ୍ ଅସିମ ମୁନିର। ସେ ହିଁ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା କହିଥିଲେ, ପାକ୍ ର ପୂର୍ବତନ ସେନା ମେଜର ଆଦିଲ ରାଜା। ସେ କହିଥିଲେ ଯେ ଆଉ ଜଣେ ଜିଆ ଉଲ ହକ ହେବାକୁ ଚାହୁଁଛନ୍ତି। ପାକ୍ ଆର୍ମି ଚିଫ୍ ଅସୀମ ମୁନିର ପାକିସ୍ତାନର ସର୍ବେସର୍ବା ଏକଛତ୍ରବାଦୀ ଶାସକ ହେବାକୁ ଚାହୁଁଛନ୍ତି। ସେଥିପାଇଁ ଭାରତ ଉପରେ ଆକ୍ରମଣ କରିଛନ୍ତି ମୁନିର।
Comments are closed.