ସ୍ପୋର୍ଟସ୍ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍ । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ୪୧ ବର୍ଷୀୟ ଏହି ଅଲରାଉଣ୍ଡର । ୧୮ ବର୍ଷ ଧରି ପାକିସ୍ତାନ ପାଇଁ ଖେଳୁଥିଲେ ମହମ୍ମଦ ହାଫିଜ୍ । ୟୁଏଇରେ ଗତବର୍ଷ ଖେଳାଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମି ଫାଇନାଲ୍ ମ୍ୟାଚ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ତେବେ ହାଫିଜ୍ ଫ୍ରାଞ୍ଚାଇଜ୍ ବେସ୍ ଲିଗ୍ କ୍ରିକେଟ ଖେଳିବେ ।
Pakistan all-rounder Mohammad Hafeez has announced his retirement from international cricket. pic.twitter.com/rpTpT3jp6f
— ICC (@ICC) January 3, 2022
୨୦୦୩ ମସିହାରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ମହମ୍ମଦ ହାଫିଜ୍ । ମୋଟ୍ ୨୧୮ଟି ଦିନିକିଆ ଖେଳି ୬୬୧୪ ରନ୍ କରିଛନ୍ତି । ଏଥିରେ ରହିଛି ୧୧ଟି ଶତକ ଓ ୩୮ଟି ଅର୍ଦ୍ଧଶତକ । ୫୦ ଓଭର୍ ମ୍ୟାଚରେ ୧୩୯ ଓ୍ୱିକେଟି ବି ନେଇଛନ୍ତି । ୧୧୯ ଟି-ଟ୍ୱେଣ୍ଟିରେ ହାଫିଜ ସଂଗ୍ରହ କରିଛନ୍ତି ୨୫୧୪ ରନ୍ । ୬୧ଟି ଓ୍ୱିକେଟ ବି ନେଇଛନ୍ତି ।
୨୦୧୮ରେ ମହମ୍ମଦ ହାଫିଜ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ପାକିସ୍ତାନ ପାଇଁ ୫୫ଟି ଟେଷ୍ଟରୁ ହାସଲ କରିଛନ୍ତି ୩୬୫୨ ରନ୍ । ଏଥିରେ ୧୦ଟି ସେଞ୍ଚୁରୀ ରହିଛି ।
Comments are closed.