Latest Odisha News

ବେହାଲ ଲାହୋର ସ୍ଥିତି, ଏକ୍ୟୁଆଇ ୧୯୦୦ ଟପିବାରୁ ଭାରତକୁ ଦୋଷ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ଆମ ପଡୋଶୀ ଦେଶ ପାକିସ୍ତାନ  ମଧ୍ୟ ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ପାକିସ୍ତାନର ଲାହୋରର ସ୍ଥିତି ଏତେ ଖରାପ ଯେ ସେଠାକାର ବାୟୁର ଗୁଣବତ୍ତା ୧୯୦୦ରେ ପହଞ୍ଚିଛି।

ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଚିନ୍ତା ପ୍ରକଟ କରି ଭାରତକୁ ଦାୟୀ କରି କହିଛନ୍ତି ଯେ ଭାରତର ପ୍ରଦୂଷିତ ପବନ ଯୋଗୁଁ ଲାହୋରର ଏହିପରି ଅବସ୍ଥା ହୋଇଛି। ସେ ଏହି ବିଷୟରେ ଭାରତ ସହ ଆଲୋଚନା କରିବାକୁ ଯୋଜନା କରିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ସାରା ବିଶ୍ୱରେ ଏକ୍ୟୁଆଇ ରେଟିଂରେ ଲାହୋର ଶୀର୍ଷରେ ଥିଲା। ଗତକାଲି ସକାଳେ ଲାହୋରର ସୀମାନ୍ତ ଅଞ୍ଚଳର ଏକ୍ୟୁଆଇ ୧୦୬୭ ଥିଲା। ଭାରତର ଅମୃତସର-ଚଣ୍ଡିଗଡ଼ରୁ ପାକିସ୍ତାନକୁ ଆସୁଥିବା ପବନର ବେଗ ବହୁତ ଅଧିକ ଥିଲା ଓ ଏହି ପବନ ପ୍ରଦୂଷିତ ମଧ୍ଯ ଥିଲା। ତେବେ ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ଯଦି ଆପଣମାନେ ନିଜ ଶିଳ୍ପ ଓ କଳକାରଖାନାକୁ ଠିକ ନ କରିବେ ତାହେଲେ ସରକାର ଆପଣଙ୍କଠାରୁ ଜୋରିମାନା ନେବା ସହ ସିଲ୍ କରି ଏଫ୍ଆଇଆର୍ ମଧ୍ୟ ଦାଖଲ କରିବେ।

 

Comments are closed.