Latest Odisha News

ଅନନ୍ୟ ପରିବାର : ବାପା,ମାଆ ଓ ୭ ପିଲାଙ୍କ ଜନ୍ମଦିନ ଗୋଟିଏ ଦିନରେ, କଲେ ବିଶ୍ୱ ରେକର୍ଡ଼

ପାକିସ୍ତାନ: କେବଳ ଆତଙ୍କବାଦ ଯୋଗୁଁ ପାକିସ୍ତାନର ନାମ ବିଶ୍ୱରେ କୁଖ୍ୟାତ ନୁହେଁ, ଏଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମୟରେ ଏପରି କାର୍ଯ୍ୟ କରନ୍ତି ଯାହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥାଏ । ଆଜିକାଲି ଏକ ପାକିସ୍ତାନୀ ପରିବାର ଚର୍ଚ୍ଚାକୁ ଆସିଛନ୍ତି, ଯିଏ ସ୍ୱତନ୍ତ୍ର ବିଭାଗରେ ବିଶ୍ୱ ରେକର୍ଡ ସୃଷ୍ଟି କରି କରିଛନ୍ତି । ଏହି ପରିବାରର ୯ସଦସ୍ୟଙ୍କ ଜନ୍ମ ଦିନ ଗୋଟିଏ ଦିନରେ । ଏବେ ଆପଣ ଏହାକୁ ସଂଯୋଗ ବୋଲି କହିପାରିବେ । କିନ୍ତୁ ଏହି ସ୍ୱତନ୍ତ୍ରତା ହେତୁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି ।

ଅମିର ଅଲ୍ଲୀ ନାମକ ଜଣେ ବ୍ୟକ୍ତି ପାକିସ୍ତାନର ଲାର୍କାନାରେ ରୁହନ୍ତି । ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଖୁଦେଜା ଓ ୭ ପିଲା ସିନ୍ଧୁ, ଯାଆଁଳା ଭଉଣୀ ସାସୁଇ ଏବଂ ସପନା, ଆମୀର, ଅମ୍ବର, ଏବଂ ଯାଆଁଳା ଭାଇ ଅମ୍ମାର ଏବଂ ଅହମାର । ଏହି ସମସ୍ତ ପିଲାମାନଙ୍କର ବୟସ ୧୯ ରୁ ୩୦ ବର୍ଷ ମଧ୍ୟରେ । ଏହି ପରିବାରର ୯ ସଦସ୍ୟ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହି ସମସ୍ତ ସଦସ୍ୟଙ୍କ ଜନ୍ମଦିନ ଅଗଷ୍ଟ ପହିଲାରେ ପଡେ ।

କେବଳ ସେତିକି ନୁହେଁ, ଅମିର ଓ ଖୁଦେଜାଙ୍କ ବିବାହ ବାର୍ଷିକୀ ବି ଅଗଷ୍ଟ ପହିଲାରେ । ସେମାନେ ୧୯୯୧ ମସିହା ଅଗଷ୍ଟ ୧ ତାରିଖରେ ବିବାହ କରିଥିଲେ । ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ୍ ୧୯୯୨ ମସିହା ଅଗଷ୍ଟ ୧ ତାରିଖରେ ସେମାନଙ୍କର ବଡ଼ ଝିଅ ଜନ୍ମ ହୋଇଥିଲା । ପରେ ଆଉ ୬ ପିଲା ଅଗଷ୍ଟ ୧ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି । ଏହାକୁ ଆଧାର କରି ଏହି ପରିବାର ଏବେ ଗିନିଜ୍ ବୁକ୍ ୱାଲର୍ଡ଼ ରେକର୍ଡ଼ କରିଛନ୍ତି । ଏହାପୂର୍ବରୁ ଆମେରିକାର କମିନ୍ସ ପରିବାରରେ ଜନ୍ମ ହୋଇଥିବା ୫ ପିଲା ବିଶ୍ୱ ରେକର୍ଡ଼ କରିଥିଲେ, ଯେଉଁମାନେ ୧୯୫୨ ରୁ ୧୯୬୬ ମଧ୍ୟରେ ଫେବୃଆରୀ ୨୦ ତାରିଖରେ ଜନ୍ମ ହୋଇଥିଲେ ।

ଆମୀର କହିଛନ୍ତି ଯେ, ଯେତେବେଳେ ଆମର ପ୍ରଥମ ଝିଅ ଅଗଷ୍ଟ ୧ ତାରିଖରେ ଜନ୍ମ ହୋଇଥିଲା, ସେତେବେଳେ ଆମେ ଆଶ୍ଚର୍ଯ୍ୟ ହେବା ସହିତ ବହୁ ଖୁସି ହୋଇଥିଲୁ । ତାପରେ ଆଉ ୬ ପିଲା ସାମନ ତାରିଖରେ ଜନ୍ମ ହେବାରୁ ଆମର ଖୁସି ବହୁଗୁଣିତ ହୋଇଗଲା । ଏହା କେବଳ ଇଶ୍ୱରଙ୍କ ଉପହାର ବୋଲି ଭାବିଲୁ । ସମସ୍ତ ଶିଶୁ ସ୍ୱାଭାବିକ ଭାବରେ ଜନ୍ମ ହୋଇଥିଲେ । କୌଣସି ପିଲା ଅପରେସନ୍ ମାଧ୍ୟମରେ ଜନ୍ମ ହୋଇ ନାହାନ୍ତି । ଏହା ପଛରେ ଆମର କୌଣସି ନିର୍ଦ୍ଧିଷ୍ଟ ଯୋଜନା ନ ଥିଲା । ଏହା ସ୍ୱାଭାବିକ ଭାବରେ ଘଟିଗଲା । ପ୍ରତ୍ୟେକ ବର୍ଷ ଆମେ ସମସ୍ତେ ଗୋଟିଏ ଦିନରେ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳନ କରିଥାଉ ।

Comments are closed.