Latest Odisha News

ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ସହ ବିବାହ ଭାଙ୍ଗିବା ପରେ ସଂଗୀତଜ୍ଞ ତଥା ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି।

ତେବେ ପଲାଶ ଏହି ମାମଲାରେ ନିଜର ନୀରବତା ଭାଙ୍ଗିବା ସହ ପ୍ରତିକ୍ରିୟା ରଖିଛନ୍ତି। ସେ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ କହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଛନ୍ତି।

ପଲାଶ ମୁଛଲ ଏନେଇ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରିଛନ୍ତି। ଏଥିରେ ସେ ଏହି ଦାବିଗୁଡ଼ିକୁ ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ ବୋଲି କହିଛନ୍ତି। ଏହି ଅଭିଯୋଗଗୁଡ଼ିକ ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଛି। ସେ ଆହୁରି ମଧ୍ୟ ଲେଖିଛନ୍ତି, “ସାଙ୍ଗଲି ବାସିନ୍ଦା ବିଜ୍ଞାନ ମାନେଙ୍କ ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋ ବିରୁଦ୍ଧରେ ଏହି ଦାବିଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ। ଏହି ଅଭିଯୋଗଗୁଡ଼ିକ ମୋର ଭାବମୂର୍ତ୍ତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଛି। ସେଗୁଡ଼ିକୁ ଅଣଦେଖା କରାଯିବ ନାହିଁ।” ମୋର ଓକିଲ, ଶ୍ରେୟାଂଶ ମିଠାରେ, ସମସ୍ତ ଆଇନଗତ ଉପାୟ ଅନୁସନ୍ଧାନ କରୁଛନ୍ତି ଏବଂ ଏହି ମାମଲା ଉପଯୁକ୍ତ ଆଇନଗତ ମାଧ୍ୟମରେ ସମାଧାନ କରାଯିବ।

ବିଜ୍ଞାନ ମାନେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ପୋଲିସ ନିକଟରେ ଅଭିଯୋଗ କରି କହିଥିଲେ ଯେ ପଳାଶ ତାଙ୍କ ସହିତ ୪୦ ଲକ୍ଷର ଠକେଇ କରିଛନ୍ତି। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ରୁଜୁ ହୋଇନଥିବା କୁହାଯାଉଛି।

 

Comments are closed.