Latest Odisha News

BREAKING NEWS

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି ପଲାଶ, ଭାଇରାଲ ହ୍ୱାଟ୍ସଅପ୍…

ମୁମ୍ବାଇ: ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ରେ ବଲିଉଡ ସିଙ୍ଗର ପଲାଶ ମୁଛଲଙ୍କୁ ବିବାହ କରିଥାନ୍ତେ। ସେହି ଦିନ ତାଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ବିବାହ ଅଟକି ଯାଇଥିଲା। ଏହା ପରେ ପଲାଶ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଗୁଜବ ଉଠୁଛି। ଜଣେ ମହିଳା ଦାବି କରିଛନ୍ତି ଯେ ସେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ସହିତ ଫ୍ଲର୍ଟ କରୁଥିଲେ। ଏନେଇ ଏକ ହ୍ୱାଟ୍ସଅପ୍ ଚାର୍ଟ ଭାଇରାଲ ହୋଇଛି। ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା।

ଯାହା ପରେ ପଲାଶ ସ୍ମୃତିଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହେଉଛି। ଯଦିଓ ପରିବାର ପକ୍ଷରୁ କେହି ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି।

ନିକଟରେ ବିବାହ ସ୍ଥଗିତ ହେବା ପରେ ସ୍ମୃତି ସୋସିଆଲ ମିଡିଆରୁ ବିବାହ ସମ୍ପର୍କିତ ପୋଷ୍ଟ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି। ଯାହା ଏହି ବିତର୍କକୁ ଆହୁରି ଖୋରାକ ଯୋଗାଇଛି। ସ୍ମୃତିଙ୍କ ବ୍ୟତୀତ ବିବାହରେ ଯୋଗ ଦେଇଥିବା ଅନେକ ଖେଳାଳି ମଧ୍ୟ ଦୁହିଁଙ୍କ ବିବାହ ସମ୍ପର୍କିତ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି।

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଦେଖି ପଲାଶ ମୁଛଲଙ୍କ ଭଉଣୀ ତଥା ବଲିଉଡ ଗାୟିକା ପଲକ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ତଥାପି ପଲାଶ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲିଂର ସମ୍ମୁଖୀନ ହେଉଛନ୍ତି।

 

Comments are closed.