Latest Odisha News

BREAKING NEWS

ଉନ୍ମୋଚିତ ହେଲା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’

ଭୁବନେଶ୍ୱର : ଖଣ୍ଡକାବ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’ ଖଣ୍ଡକାବ୍ୟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଏହି କାବ୍ୟଖଣ୍ଡର ମୁଖବନ୍ଧ ଲେଖିଛି ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ, ବିଜୟ ନାୟକ ମୁଖ୍ୟବକ୍ତା ଭାବରେ , ମମତା ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଇସ୍ରୋର ଅବସର ପ୍ରାପ୍ତ ବୈଜ୍ଞାନିକ ତଥା ପ୍ରବାସୀ ସାହିତ୍ୟ ସଂସଦର ସଭାପତି କାର୍ତ୍ତିକ ସ୍ବାଇଁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ରବି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି ସଭାକୁ ଦେବାଶିଷ ମହାପାତ୍ର ସଞ୍ଚାଳନା କରିଥିଲେ ଏବଂ ପରିଶେଷରେ ହଳଧର ଧୀର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.