Latest Odisha News

BREAKING NEWS

ପଞ୍ଚାୟତ ଭୋଟ୍ କାଉଣ୍ଟିଂ: ଜିଲ୍ଲା ପରିଷଦ ଜୋନ୍ ଗଣତିରେ ବର୍ତ୍ତମାନ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ଖୋଲିଲା ପଞ୍ଚାୟତ ନିର୍ବାଚନର ଭୋଟ୍ ପେଡି । ଆଜିଠୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ବ୍ଲକ୍ ହେଡ୍ କ୍ୱାର୍ଟର୍ସରେ ଗଣନା ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେଡି ୧୬୩ ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି । ସେହିପରି ବିଜେପି ୨୪, କଂଗ୍ରେସର ୧୧ ଓ ଅନ୍ୟାନ୍ୟ ଦଳ ୩ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛନ୍ତି ।

ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ଯେତିକି ଜୋନ୍‌ ରହିଛି ସେହି ଅନୁସାରେ କାଉଣ୍ଟିଂ ଟେବୁଲ ରହିଛି । ବାଲଟ୍‌ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା । ତାପରେ ୫୦ ଟିକିଆ ବଣ୍ଡଲ କରିବା ପରେ ଆରମ୍ଭ ହୋଇଥିଲା ଗଣତି ।

ପ୍ରଥମେ ଓ୍ଵାର୍ଡ଼ ମେମ୍ବର, ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କର ଭୋଟ୍‌ ଗଣତି କରାଯାଉଛି । ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର କାଉଣ୍ଟିଂ କରାଯାଉଛି । ଆସନ୍ତାକାଲି ୩୦୭ ଜିଲ୍ଲା ପରିଷଦ ଜୋନ୍ ଓ ୨୮ ତାରିଖରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗଣତି କରାଯିବ ।

Comments are closed, but trackbacks and pingbacks are open.