Latest Odisha News

BREAKING NEWS

ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ବାବୁଙ୍କ ଭୂମିକା

ଭୁବନେଶ୍ୱର: ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଏ ।

ବିଜୁ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ବହୁତ ପ୍ରଭାବିତ ଥିଲେ । ସେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ୧୯୪୩ ମସିହାରେ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ମଧ୍ୟ ଭୋଗିଥିଲେ । ତାଙ୍କ ଉପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜ ବିମାନରେ ଗୁପ୍ତ ସ୍ଥାନକୁ ପହଂଚାଇବା ଅଭିଯୋଗ ଥିଲା । ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇଥିଲେ । ସେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

୧୯୪୫ ମସିହାରେ ବିଜୁ ପଟ୍ଟନାୟକ ନିଜ ଦୁଃସାହସିକ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ କ୍ଷେତ୍ରରେ ଚର୍ଚ୍ଚାରେ ଆସିଲେ । ଜାପାନୀଙ୍କ ଦ୍ୱାରା ପରାଜିତ ଡଚ୍ ଅଧିକାରୀ ଯୁଦ୍ଧ ପରେ ଇଣ୍ଡୋନେସିଆକୁ ଦଖଲ କରି ସେଠାକାର ନେତାଙ୍କୁ ଦେଶରୁ ବାହାରକୁ ନେଇଯିବା ପାଇଁ ଯୋଜନା ତିଆରି କରୁଥିଲେ । ସେତେବେଳେ ଜବାହରଲାଲ ନେହେରୁଙ୍କ ମାର୍ଗଦର୍ଶନରେ ବିଜୁ ପଟ୍ଟନାୟକ ଏକୁଟିଆ ବିମାନ ଧରି ଜାକର୍ତ୍ତା ପହଂଚିଥିଲେ ଏବଂ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ଶହରୟାର ଓ ସୁକର୍ଣ୍ଣୋଙ୍କୁ ନେଇ ଦିଲ୍ଲୀ ଆସିଥିଲେ । ଏହାପରେ ସେ ଇଣ୍ଡୋନେସିଆର ଲୋକଙ୍କ ପାଇଁ ନାୟକ ପାଲଟିଗଲେ ।

Leave A Reply

Your email address will not be published.