Latest Odisha News

BREAKING NEWS

ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପାଣ୍ଡିଆନ ପ୍ରବେଶ କରାଇବା ଧର୍ମକୁ ଅବମାନନା: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ଲହର କମିୟା ଜାନିଙ୍କ ପ୍ରବେଶକୁ ନେଇ ବିବାଦ ଘେରକୁ ଆସିଛନ୍ତି 5-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍। ଜାନୀଙ୍କ ଶ୍ରୀମନ୍ଦିର ଗସ୍ତ ଏବଂ ପରବର୍ତ୍ତୀ ସମୟରେ ‘ମହାପ୍ରସାଦ’ ସେବନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସେ ତାଙ୍କ ସୋସିଆଲ ମିଡିଆ ଚ୍ୟାନେଲରେ ଗୋମାଂସ ସେବନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଜଣେ ‘ବିଫ୍ ପ୍ରମୋଟର’ଙ୍କୁ ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ଏହାକୁ ସେ ଧର୍ମ ପ୍ରତି ଅବମାନନା ବୋଲି କହିଛନ୍ତି। ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଆ ଓ ସନାତନୀଙ୍କ ମଧ୍ୟରେ ଜଗନ୍ନାଥଙ୍କ ପ୍ରତି ଥିବା ଗଭୀର ଭକ୍ତି ଓ ଭାବାବେଗ ଉପରେ ଗୁରୁତ୍ୱାରୋପ। କେହି ଜାଣିଶୁଣି କିମ୍ବା ଅଜାଣତରେ ଲୋକଙ୍କ ଭାବାବେଗକୁ ଆଘାତ ଦେବା ଉଚିତ ନୁହେଁ ବୋଲି ସେ କହିଥିଲେ।

ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରି ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଛି। ବିଜେପି ଉଠାଇଥିବା ଅଭିୟୋଗ ସମ୍ପର୍କରେ ପାଣ୍ଡିଆନ ଓ ବିଜେଡି ନେତାଙ୍କ ପ୍ରତିକ୍ରିୟା ଲୋଡ଼ିଛି ଦଳ।

ବିବାଦ ପରେ ବି ବିଜେଡି କେବଳ କହିଛି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଯଦି କାମିୟା ପ୍ରବେଶ କରିପାରିଲେ ତାହେଲେ ଜଗନ୍ନାଥ ମନ୍ଦିର ବେଳକୁ କାହିଁକି ବିଜେପି ପ୍ରଶ୍ନ ଉଠାଉଛି ବୋଲି ପ୍ରଶ୍ନ କରିଛି। ହେଲେ କାମିୟା ଗୋମାଂସ ଖାଆନ୍ତି କି ବୋଲି ପ୍ରସଙ୍ଗରେ ଶାସକ ଦଳ ନୀରବ ରହିଛି। କିନ୍ତୁ ବିବାଦ ପରେ କାମିୟା ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ ସେ ଗୋମାଂସ ଖାନ୍ତି ନାହିଁ।

Comments are closed.