Latest Odisha News

BREAKING NEWS

ଖୁବଶୀଘ୍ର “ଓ୍ବାନ ନେଶନ ୱାନ ଇଲେକସନ”

ନୂଆଦିଲ୍ଲୀ: ଆସିପାରେ ‘ଓ୍ବାନ ନେଶନ ୱାନ ଇଲେକସନ’ | କେନ୍ଦ୍ର କ୍ୟାବିନେଟ୍‌ ପୂର୍ବରୁ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଦେଶରେ ତୃତୀୟ ଥର ପାଇଁ ପୁଣି ଠାରେ ବିଜେପି ସରକାର ଗଠନ କରିଛି | ହେଲେ ଏଥର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନି | ବିଜେପି ନେତୃତ୍ୱ ଏନ୍ଡ଼ିଏ ସହଯୋଗୀଙ୍କ ସଂଗତ ଲୋଡିଛି ବିଜେପି |

ଏହାରି ଭିତରେ ଜାରି ହୋଇଛି ମୋଦି ସରକାରଙ୍କର ୧୦୦ ଦିନିଆ ରୋଡ ମ୍ୟାପ | ବିଜେବି ନେତୃତ୍ୱ ଏନ୍‌ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଏକ ଅନ୍ୟତମ ଅଂଶ ହେଉଛି ଓ୍ବାନ ନେଶନ ୱାନ ଇଲେକସନ | ଯାହା ଆସନ୍ତା ସପ୍ତାହ ମଧ୍ୟରେ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଯାହାକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ କ୍ୟାବିନେଟରେ ଉପସ୍ଥାପନ କରିବ।

ସୂଚନାଯୋଗ୍ୟ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ମାର୍ଚ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ଏହି ରିପୋର୍ଟ ଦେଇଥିଲା। ଯାହା ଆସନ୍ତା ସପ୍ତାହ ମାନଙ୍କରେ କ୍ୟାବିନେଟ ପୂର୍ବରୁ ରିପୋର୍ଟ ଆସିପାରେ |

Leave A Reply

Your email address will not be published.