Latest Odisha News

ସ୍ପାଇସଜେଟରେ ହଙ୍ଗାମା, ମଝି ଆକାଶରେ ଖୋଲିଗଲା ୱିଣ୍ଡୋ ଫ୍ରେମ୍

ନୂଆଦିଲ୍ଲୀ: ସ୍ପାଇସଜେଟର ଏକ ବିମାନ ବୁଧବାର ଗୋଆରୁ ପୁଣେ ଯାଉଥିବା ସମୟରେ ଏହାର ଝରକାର ଫ୍ରେମ୍ ହଠାତ୍ ଭାଙ୍ଗି ଯାଇଥିଲା। ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଏୟାରଲାଇନ୍ସ ତରଫରୁ ସୂଚନା ଦିଆଯାଇଛି।

ମାନକ ରକ୍ଷଣାବେକ୍ଷଣ ପ୍ରକ୍ରିୟା ଅନୁଯାୟୀ ପୁନେରେ ଅବତରଣ କରିବା ପରେ ଏହାର ଫ୍ରେମ୍ ମରାମତି କରିଦିଆଯାଇଛି। ତେବେ କ୍ୟୁ ୪୦୦ ବିମାନ ଗୋଆରୁ ପୁଣେ ଉଡ଼ାଣ ଭରୁଥିବା ସମୟରେ ଏହାର ଭିତର ଝରକା ଫ୍ରେମ୍ ଢିଲା ହୋଇଯାଇଥିବା ଜଣେ ଯାତ୍ରୀ ଦେଖିଥିଲେ। ସେହି ଯାତ୍ରୀ  ଏହାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରିଥିଲେ ଏବଂ DGCAକୁ ଏଥିରେ ଟ୍ୟାଗ୍ ମଧ୍ୟ କରିଥିଲେ।

ପୂର୍ବରୁ ମଧ୍ୟ ଏହି ବିମାନକୁ ନେଇ ମଧ୍ୟ କିଛି ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ମୁମ୍ବାଇ ଉପନଗରୀୟ ଜିଲ୍ଲା ଗ୍ରାହକ ବିବାଦ ସମାଧାନ କମିଶନ ଜୁନ ୧୭ ତାରିଖ ରେ  ଜଣେ ବରିଷ୍ଠ ନାଗରିକଙ୍କୁ ୨୫୦୦୦ ଟଙ୍କା କ୍ଷତିପୂରଣ ଦେବାକୁ କମ୍ପାନୀ ସ୍ପାଇସଜେଟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଯାତ୍ରୀଙ୍କୁ  ମାନସିକ ହଇରାଣ କରିଥିବା ଅଭିଯୋଗ ରେ ବିମାନ କମ୍ପାନୀକୁ ସେବାରେ ତ୍ରୁଟି ଏବଂ ଆଚରଣରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Comments are closed.