Latest Odisha News

BREAKING NEWS

ନୂଆପଡ଼ା: ଗାଁ’ରେ ମାତିଲେ କଲରାପତରିଆ ବାଘ, ଲୋକେ ଆତଙ୍କିତ

ନୂଆପଡା: ନୂଆପଡା ଜିଲ୍ଲା ମୁସରିଙ୍ଗି ବନଖଣ୍ଡରେ ଥିବା ଏକ ପାହାଡ଼ ଉପରେ ଗୁରୁବାର ଦିନ ହଳେ କଲରାପତରିଆ ବାଘକୁ ଗ୍ରାମବାସୀମାନେ ଦେଖିବା ପରେ ସ୍ଥାନୀୟ ଗ୍ରାମରେ ଖେଳି ଯାଇଛି ଆତଙ୍କ ।

ଖବରପାଇ ରେଞ୍ଜ ଅଫିସର ଅସିତ ଦାସ ଓ ଅନ୍ୟ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘ ଦୁଇଟିକୁ ଜଙ୍ଗଲ ଭିତରକୁ ପଠାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

ଗ୍ରାମବାସୀ ମାନଙ୍କୁ ଶାନ୍ତ ରହିବା ସହ, ଏହି ବାଘ ମାନଙ୍କୁ କିଛି ହାନି ନପହଞ୍ଚେଇବାକୁ ବନ ଅଧିକାରୀମାନେ ଅନୁରୋଧ କରିଛନ୍ତି ।

“ଆମେ ବାଘ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଘଟଣାସ୍ଥଳରେ ପେଟ୍ରୋଲିଂକୁ ମଧ୍ୟ କାଢାକଢି କରିଛୁ । ରାତିରେ ସ୍ଥାନୀୟ ଜନସାଧାରଣଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ବାରଣ କରାଯିବା ସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହଯାଇଥିବା” ରେଞ୍ଜର ଅଫିସର ଅସିତ ଦାସ ସୂଚନା ଦେଇଛନ୍ତି ।

ନୂଆପଡାରେ ପୁଣିଥରେ ବାଘକୁ ଜନବସତି ଅଭିମୁଖେ ଦେଖିବାପରେ ୨୦୧୭ ମସିହାର ସେହି ଲୋମଟାଙ୍କୁରା ଘଟଣା ଆଖି ଆଗରେ ନାଚି ଯାଉଛି । କେମିତି ମାଆ କୋଲରୁ ୪ ବର୍ଷର ଶିଶୁକୁ ଝିଙ୍କିନେଇ ବାଘଟି ଜଙ୍ଗଲ ଭିତରେ ତାକୁ ମାରି ପକେଇ ଦେଇଥିଲା ।

Leave A Reply

Your email address will not be published.