Latest Odisha News

BREAKING NEWS

ଆଜି ପଙ୍କୋଦ୍ଧାର ଏକାଦଶୀ; ଗମ୍ଭିରା ଭିତରେ ବାବା ଲୋକନାଥଙ୍କ ଦର୍ଶନ ପାଇବେ ଭକ୍ତ

ପୁରୀ: ପବିତ୍ର ମହାଶିବ ରାତ୍ରି ଉପଲକ୍ଷେ ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ବର୍ଷରେ ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଭାରତରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତିନୀତି ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ନାହିଁ।

ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ବତନ୍ତ୍ର ନୀତି କରାଯାଏ। ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନାରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ।

ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ସେହି ଅନୁସାରେ ରାତ୍ର ସାଢେ ୨ଟାରୁ ଦ୍ୱାର ଫିଟା ହେବ । ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା ଇତ୍ୟାଦି ବିଭିନ୍ନ ନୀତିକାନ୍ତି ବଢ଼ି ଏକାଦଶୀ ଦର୍ଶନ ହେବାପରେ, ସକାଳ ୭ଟାରୁ ପଙ୍କୋଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ଚାଲିବ। ପରେ ମାଘ ସ୍ନାନ କରାଯାଇ ଦିନ ୧୧ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପଙ୍କୋଦ୍ଧାର ଏକାଦଶୀରେ ମହାଦେବଙ୍କ ଦର୍ଶନ ପାଇଁ ଦୁଇଟି ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଭିଆଇପିଙ୍କ ପାଇଁ ୧୦୦ଟଙ୍କା ଟିକେଟ୍ ଦର ରଖାଯାଇଛି।

Comments are closed.