Latest Odisha News

BREAKING NEWS

ଧୋନୀଙ୍କ ଆଉ ଏକ ରେକର୍ଡ ସହ ସମକକ୍ଷ ହେଲେ ପନ୍ତ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ବିପକ୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ସେ ଧୋନୀଙ୍କ ସମକକ୍ଷ ହୋଇଛନ୍ତି । ପନ୍ତ ୫୩ ଇନିଂସରେ ଓ ଧୋନୀ ୬୦ ଇନିଂସରେ ୧୩ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି । ଉଭୟ ୱିକେଟକିପର ଇଂଲଣ୍ଡ ବିପକ୍ଷରେ ମଧ୍ୟ ୮ଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ପନ୍ତ ଚଳିତ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ସାରିଛନ୍ତି । ଇଂଲଣ୍ଡ ମାଟିରେ ଘରୋଇ ଦଳ ବିପକ୍ଷରେ ପନ୍ତ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ଏହି ମାମଲାରେ ଟମ ବ୍ଲେଣ୍ଡଲଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୨୨ରେ ସେ ୩୮୩ ରନ କରିଥିଲେ । କେଏଲ ରାହୁଲ ଓ ପନ୍ତ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ ଥର ଶତକୀୟ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ସେମାନେ ୩ ଥର ଏହି ସଫଳତା ହାସଲ କରିଛନ୍ତି ।

Comments are closed.