ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ରିଷଭ ପନ୍ତଙ୍କୁ ଏବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଫ୍ରାଂଚାଇଜର ମାଲିକ ସଞ୍ଜୀବ ଗୋୟନକା ଏହି ଘୋଷଣା କରିଛନ୍ତି । ପୂର୍ବ ସଂସ୍କରଣରେ କେଏଲ ରାହୁଲ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ପନ୍ତ ଜଣେ ଜନ୍ମଜାତ ଅଧିନାୟକ । ସଞ୍ଜୀବ କହିଛନ୍ତି ସେ ନିଶ୍ଚିତ ଭାବେ ଆଗାମୀ ଦିନରେ ଜଣେ ସଫଳ ଅଧିନାୟକ ହେବେ । ୨୦୨୪ ମେଗା ନିଲାମରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ତାଙ୍କୁ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ କ୍ରୟ କରିଥିଲା ।
ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ୨୦୨୧, ୨୦୨୨ ଓ ୨୦୨୪ରେ ଦଳର ନେତୃତ୍ୱ ନେଇଥିଲେ । ୨୦୨୧ରେ କେବଳ ଦଳ ପ୍ଲେଅଫରେ ପ୍ରବେଶ କରିପାରିଥିଲା । କାର ଦୁର୍ଘଟଣା ଯୋଗୁ ସେ ୨୦୨୩ ସଂସ୍କରଣରେ ଖେଳିପାରି ନ ଥିଲେ । ଅପରପକ୍ଷରେ ରାହୁଲ ଲକ୍ଷ୍ନୌ ଟିମର ନେତୃତ୍ୱ ୩ ଥର ନେଇଛନ୍ତି । ଦଳ ୨ ଥର ପ୍ଲେଅଫରେ ପ୍ରବେଶ କରିଥିଲା । ଗତ ସଂସ୍କରଣରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଲକ୍ଷ୍ନୌ ୭ମ ସ୍ଥାନରେ ରହିବା ପରେ ଫ୍ରାଚାଂଇଜର ଓ ରାହୁଲଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ।
Comments are closed.