Latest Odisha News

ଆଇପିଏଲ ୨୦୨୫: ଧୋନୀଙ୍କ ସ୍ଥାନ ନେବେ ପନ୍ତ, ରୋହିତ ମୁମ୍ବାଇ ଛାଡି ପାରନ୍ତି

ମୁମ୍ବାଇ: ଆଇପିଏଲ ୨୦୨୫ରେ ସମସ୍ତ ଟିମଗୁଡିକ ନୂଆ ରୂପ ନେବାକୁ ଯାଉଛନ୍ତି । ଅଧିକାଂଶ ଷ୍ଟାର ଖେଳାଳି ନୂଆ ଦଳକୁ ଯାଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚେନ୍ନାଇ ସୁପର କିଙ୍ଗସ ଦଳର ମୂଖ୍ୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିଷଭ ପନ୍ତଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସେହିପରି ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଛାଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କୋଲକାତା ନାଇଟ ରାଇଡର୍ସ ଏହି ଦୁଇ ଖେଳାଳିଙ୍କୁ ନେବା ପାଇଁ ଚେଷ୍ଟା କରିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ ପନ୍ତଙ୍କ ମଧ୍ୟରେ ଭଲ ପଡୁ ନ ଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଧୋନୀ ଯଦି ୨୦୨୫ ଆଇପିଏଲ ଖେଳିବେନି ତେବେ ପନ୍ତ ଚେନ୍ନାଇ ଯାଇ ପାରନ୍ତି ।

ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଧିନାୟକ କେଏଲ ରାହୁଲ ମଧ୍ୟ ଦଳ ଛାଡିବା ସଙ୍କେତ ଦେଇ ସାରିଛନ୍ତି । ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ସହ ତାଙ୍କ ମତଭେଦ ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ରାହୁଲଙ୍କୁ ଟିମରେ ନେବା ସହ ଅଧିନାୟକ କରିବା ନେଇ ଆଗ୍ରହ ପ୍ରକାଶ କରିଛି । ଏହି ମେଗା ନିଲାମରେ ୧୦ଟି ଯାକ ଫ୍ରାଂଚାଇଜର ଏକ ଯୁବ ତଥା ଫିଟ ଟିମ ଚୟନ ପାଇଁ ଉଦ୍ୟମ କରୁଛନ୍ତି ।

Comments are closed.