Latest Odisha News

BREAKING NEWS

୨୭ କୋଟିର ପନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରଶଂସକଙ୍କୁ କଲେ ନିରାଶ

ଲକ୍ଷ୍ନୌ: ଆଇପିଏଲ ୨୦୨୫ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟି ଟଙ୍କାରେ ଟିମରେ ନେଇଥିଲା । ତେବେ ପନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଉଭୟ ପ୍ରଶଂସକ ଓ ଫ୍ରାଂଚାଇଜରଙ୍କୁ ନିରାଶ କରିଛନ୍ତି । ପନ୍ତ ୧୧ ଇନିଂସରେ ୧୨ ଆଭରେଜରେ ୧୩୫ ରନ କରିଛନ୍ତି । ଲକ୍ଷ୍ନୌ ପ୍ଲେ ଅଫ ଦୌଡରୁ ବାଦ ପଡିବା ପରେ ଏବେ ପନ୍ତଙ୍କ ଉପରେ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପନ୍ତ ଏଥର ୦, ୧୫, ୨, ୨, ୨୧, ୬୩, ୩, ୦, ୪, ୧୮ ଓ ୭ ରନ କରିଛନ୍ତି । କେବଳ ଗୋଟିଏ ଅର୍ଦ୍ଧଶତକ ସେ ମାରିଛନ୍ତି । ଗୋଟିଏ ଆଇପିଏଲ ସିଜନରେ ପନ୍ତଙ୍କ ଏହା ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ୨୦୧୬ରେ ସେ ୧୦ ମ୍ୟାଚରୁ ୧୯୮ ରନ କରିଥିଲେ ।

ପନ୍ତ ୨୦୧୭ରେ ୧୪ ମ୍ୟାଚରୁ ୩୬୬, ୨୦୧୮ରେ ୬୮୪ ରନ, ୨୦୧୯ରେ ୧୬ ମ୍ୟାଚରେ ୪୮୮ ରନ, ୨୦୨୦ରେ ୧୪ ମ୍ୟାଚରୁ ୩୪୩ ରନ, ୨୦୨୧ରେ ୧୬ ମ୍ୟାଚରେ ୪୧୯, ୨୦୨୨ରେ ୧୪ ମ୍ୟାଚରୁ ୩୪୦ ରନ ଓ ୨୦୨୪ରେ ୧୩ ମ୍ୟାଚରୁ ୪୪୬ ରନ କରିଥିଲେ । ୨୦୧୮ରେ ସେ ୧୨୮ ରନର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ । ପନ୍ତଙ୍କ ଖରାପ ପ୍ରଦର୍ଶନର କାରଣ କେହି ବୁଝି ପାରୁ ନାହାନ୍ତି । ଫ୍ରାଂଚାଇଜଙ୍କ ସହ ତାଙ୍କର ଭଲ ପଡୁ ନ ଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଛି । ସେ ମଧ୍ୟ ଚାପଗ୍ରସ୍ତ ଥିବା ପରି ଅନୁମାନ କରାଯାଉଛି ।

Comments are closed.