Latest Odisha News

ନିଜ ରେକର୍ଡ ଭାଙ୍ଗିଲା ପାରାଦୀପ ବନ୍ଦର, ପଣ୍ୟ କାରବାରରେ ଦେଶରେ ୧ନଂ

ପାରାଦୀପ: ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର। ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରିବାରେ ସଫଳ ହୋଇଛି।

ଗତ ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରୁ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖରେ ବନ୍ଦରରେ ପଣ୍ୟ କାରବାର ୧୦୦ ମିଲିୟନ୍ ପାର୍ କରିଥିଲା । ଏଥର ଗତ ଦିନର ୨୨ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସ ୧୮ ତାରିଖରେ ଏହି ରେକର୍ଡ ପାର୍ କରିଛି । ଯାହାକି ଗତ ବର୍ଷ ବନ୍ଦରରେ ୧୦୦ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାରକୁ ମାତ୍ର ୨୮୪ ଦିନ ସମୟ ଲାଗିଥିଲା । ହେଲେ ଚଳିତବର୍ଷ ୧୦୦ ମିଲିୟନ୍ ଟନ୍‌ କାର ବାର ମାତ୍ର ୨୬୨ ଦିନରେ ପାର୍ କରିପାରିଛି । ନିର୍ଦ୍ଧାରିତ ସମୟ ସୀମାରେ ପ୍ରାୟ ୧୫୦ ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡେଲ୍ କରିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବନ୍ଦରମାନଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦର ଏକମାତ୍ର ବନ୍ଦର ଭାବରେ ଯିଏ କି ଏହି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ପାରାଦୀପ ବନ୍ଦର କାରଗୋ ପରିବହନ କ୍ଷେତ୍ରରେ ୧୦୦ ମିଲିୟନ ଅତିକ୍ରମ କରିଥିବାରୁ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ ଓ ବନ୍ଦରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ଷ୍ଟିଭେଡୋର ସଂସ୍ଥା , ରାଜ୍ଯ ଓ କେନ୍ଦ୍ର ସରକାରଙ୍କୁ ଏହାର ଶ୍ରେୟ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ।ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୪୫ ମିଲିୟନ ମେଟ୍ରିକ ଟନରୁ ଊର୍ଦ୍ଧ୍ବ ପଣ୍ୟ ପରିବହନ କରିବାର ଲକ୍ଷ୍ଯ ରଖିଛି ବନ୍ଦର। ତେବେ ଏହି ପ୍ରକ୍ରିୟା ଜାରି ରହିଲେ ଖୁବ୍ ଶୀଘ୍ର ବନ୍ଦର ୧୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିପାରିବ । ଏହାସହ ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବନ୍ଦର ଅଧ୍ୟକ୍ଷ ।

 

Comments are closed.