Latest Odisha News

BREAKING NEWS

ପଣ୍ୟ କାରବାରରେ ପୁଣି ରେକର୍ଡ ଭାଙ୍ଗିଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି।

ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ ପଣ୍ୟ କାରବାର କରି ନୂଆ ରେକର୍ଡ ସୃଷ୍ଟି କରିଛି ପାରଦ୍ୱୀପ ବନ୍ଦର । ପୂର୍ବରୁ ଲଗାତର ପ୍ରଥମ ହେଉଥିଲା ଗୁଜୁରାଟ ଦୀନଦୟାଲ ପୋର୍ଟ। ଚଳିତ ବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଦେଶର ପ୍ରଥମ ହୋଇଛି ।

ସୂଚନା ଥାଉକି ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍ ଟପିଥିଲା । କ୍ରମାଗତ ୭ତମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା ପଣ୍ୟ କାରବାରରେ। ଚଳିତ ଏପ୍ରିଲରେ ୮ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା ।

Comments are closed.