Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ଜେରା ପାଇଁ ପହଞ୍ଚିଥିଲା ପାରଳା ପୋଲିସ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ଏଯାଏ ପରଦା ହିଟିନି । ଘଟଣାର ୨୨ ଦିନ ପରେ ବି ପୋଲିସ କୌଣସି ନଷ୍କର୍ଷରେ ପହଞ୍ଚି ପାରିନି । ତଦନ୍ତ ଏବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ଅଛି । ଦ୍ୱିତୀୟ ପର୍ୟ୍ୟାୟ ଜେରା ବିଦ୍ୟାଭାରତୀଙ୍କ ପୈତୃକ ଗାଁରେ ପହଞ୍ଚିଛି ଗଜପତି ପୋଲିସର ୪ ଜଣିଆ ଟିମ୍ ।

ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ମୟୂରବ଼୍ଜ ଜିଲ୍ଲା କପ୍ତିପଦା ସ୍ଥିତ ଘରେ ପହଞ୍ଚିଛି । ବିଦ୍ୟାଭାରତୀଙ୍କୁ ଆଉ ଥରେ ଜେରା କରିବ ପୋଲିସ । ବର୍ତ୍ତମାନ ଆସିଥିବା ଅଭିଯୋଗ ବାବଦରେ ପଚରାଉଚରା କରାଯିବ । ଘଟଣାଦିନ ସୌମ୍ୟ ପୋଡ଼ି ହେବା ବେଳେ ଘରେ ବିଦ୍ୟାଭାରତୀ ଥିଲେ । ସେ କେମିତି ପୋଡ଼ିହେଲେ ସେକଥା ସେ ହିଁ କହି ପାରିବେ ।

ଆଜି ବିଦ୍ୟାଭାରତୀଙ୍କୁ ଜେରା ପରେ ପୋଲିସ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚିବା ଆଶା କରାଯାଉଛି । ପୂର୍ବରୁ ପାରଳାଖେମୁଣ୍ଡି ପୋଲିସ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା ସହ ରେକର୍ଡ କରିଥିଲା ବୟାନ । ସେହିପରି ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗିର ଏଲଟିସିରେ ବି ଖୋଳତାଡ ହୋଇଛି ।

ଏହି ମାମଲାରେ ଗଜପତି ଡିଏଓଫ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡାଙ୍କୁ କ୍ଲିନଚିଟ୍ ମିଳିଛି । ଡିଏଫଓ ଓ ରୋଷେୟାଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ବାପା । ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି । ୨୨ଦିନ ପରେ ବି ପୋଲିସ ଜାଣି ପାରିନି କେମିତି ପୋଡ଼ି ହୋଇ ମୃତ୍ୟୁବରଣ କଲେ ସୌମ୍ୟରଞ୍ଜନ ମହାପାତ୍ର ।

Leave A Reply

Your email address will not be published.